*ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଥିପାଖୋଲ ପର୍ଯ୍ୟଟନ ସ୍ଥଳୀରେ ଏକ ଅଭାବନୀୟ ଘଟଣା ଯୁବକ ଗଭୀର ପାଣିରେ ବୁଡ଼ି ନିଖୋଜ, ଦମକଳ ବାହିନୀ ମୃତ ଯୁବକ ଙ୍କ ମୃତ ଦେହ ଉଦ୍ଧାର*
ନୂଆପଡା(ମିଖାଏଲ ନନ୍ଦ)
ତା -୧୮/୦୮
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଥିପାଖୋଲ ପର୍ଯ୍ୟଟନ ସ୍ଥଳୀ ରେ ଅଭାବନୀୟ ଘଟଣାରେ ଯୁବ ପର୍ଯ୍ୟଟକଙ୍କ ମୃତ୍ୟୁ। ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଅମଲିପଦର ଅଞ୍ଚଳର ବସନ୍ତ କୁମାର ଧ୍ରୁବ ସାଙ୍ଗ ସହ ଆସି ପ୍ରକୃତି ସୋନ୍ଦର୍ଯ୍ୟ ତାକୁ ଉପଭୋଗ କରି ସମୟ ବିତାଇବାକୁ ଆସିଥିଲେ।
କୁମାର ଧରୁଆ ଙ୍କ ସମେତ ମୋଟ ୧୧ ଜଣ ଯୁବକ ଏକାଠି ହୋଇ ଥିପାଖୋଲ ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ପାଇଁ ଆସିଥିଲେ। ଚତୁର୍ଦ୍ଦିଗରେ ଜଙ୍ଗଲ ଓ ପାହାଡ଼ ଘେରା ଏହି ପର୍ଯ୍ୟଟନସ୍ଥଳୀର ମନୋରମ ପରିବେଶ ଏବଂ ଝରଣା ପାଣିର ସେ ଆନନ୍ଦିତ ଥିଲ। ଥିପାଖୋଲ ଜଙ୍ଗଲ ଉପରୁ ପ୍ରବଳ ପରିମାଣରେ ଝରଣା ପାଣି ତଳକୁ ବହିଆସୁଛି। ଏହି ପ୍ରଖର ଜଳସ୍ରୋତ ଓ ଗଭୀର ପାଣି ମଧ୍ୟରେ କୌଣସି ପ୍ରକାରେ ବସନ୍ତ ବୁଡ଼ିଯାଇଥିଲେ। ରବିବାର ଅପରାହ୍ନ ପ୍ରାୟ ସମୟରେ ସେ ହଠାତ୍ ପାଣିରେ ନିଖୋଜ ହୋଇଯିବାରୁ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଯିବା ସହ ଆତଙ୍କ ଖେଳିଯାଇଥିଲା।ଘଟଣା ସମ୍ପର୍କରେ ଖବର ପାଇବା ପରେ ତତକ୍ଷଣାତ୍ ସ୍ଥାନୀୟ ପ୍ରଶାସନ ଏବଂ ସିନାପାଲି ଦମକଳ ବିଭାଗକୁ ଅବଗତ କରାଯାଇଥିଲା। ଖବର ପାଇବାକ୍ଷଣି ସିନାପାଲି ଦମକଳ ବିଭାଗର ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ଜୋରଦାର ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସନ୍ଧ୍ୟା ହୋଇଯିବା କାରଣରୁ ଜଙ୍ଗଲ ମଧ୍ୟରେ ଅନ୍ଧକାର ଏବଂ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା ଓ ଦୃଶ୍ୟମାନତା ଅଭାବରୁ ରବିବାର ରାତିରେ ଉଦ୍ଧାର କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା।ଏହାପରେ ପରଦିନ ଆଜି ସକାଳେ ଦମକଳ ବିଭାଗର ଟିମ୍ ପୁନର୍ବାର ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରେ ଅତ୍ୟନ୍ତ କଠିନ ପରିଶ୍ରମ କରି ଦୀର୍ଘ ସମୟର ନିରନ୍ତର ପ୍ରୟାସ ପରେ ଶେଷରେ ଦମକଳ ବାହିନୀ ପକ୍ଷରୁ ବସନ୍ତ କୁମାର ଧ୍ରୁବ ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗଭୀର ସ୍ଥାନର ସୂଚିତ କରିବା ସହ ଫକ୍ ମଧ୍ୟରେ ପର୍ଯ୍ୟଟକକୁ ସୂଚିତ ଜରୁରୀ ଅଟେ। ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ଦିନଗୁଡ଼ିକରେ ଆବଶ୍ୟକ ସ୍ଥାନରେ ସୁରକ୍ଷାକର୍ମୀ କିମ୍ବା ଜଳସ୍ରୋତ ଜଗୁଆଳି ନିୟୋଜିତ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରୁ ଦୃଢ଼ ଦାବି ହୋଇଛି।
