ଜାତୀୟ ପତାକାର ଧଜିୟା ଉଡାଇଲା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସାରା ଦେଶରେ ୮୦ ତମ ସ୍ବାଧିନତା ଦିବସ ପାଳିତ ହେଉଥିବା ବେଳେ ସୋର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଜାତୀୟ ପତାକା କୁ ଅବମାନନା ସୂରୁପ ସ୍ଵାଧୀନତା ଦିବସ ପାଳନ ହୋଇଛି। ସୋରରେ ବିଭିନ୍ନ ସ୍ଥାନରେ ସ୍ୱାଧିନତା ଦିବସ ବେଶ ଧୁମଧାମରେ ପାଳିତ ହୋଇଛି। ମାତ୍ର ଏକାଧିକ ସ୍ଥାନରୁ ଜାତୀୟ ପତକାକୁ କରାଯାଇଥିବା ଅସମ୍ମାନର ଚିତ୍ର ସମସ୍ତ ଦେଶପ୍ରେମୀଙ୍କୁ ଆଘାତ ପହଞ୍ଚାଇଛି। ସୋର ଷ୍ଟେସନ ରାସ୍ତାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟଙ୍କ ସମ୍ମୁଖରେ ବ୍ୟଙ୍କ ପକ୍ଷରୁ ପତକା ଉତ୍ତୋଳନ କରାଯାଇଥିଲା। ମାତ୍ର ଜାତୀୟ ପତକାକୁ ୫ଫୁଟ ଉଚ୍ଚରେ ଏକ ଲୁହା ଛଡରେ ବନ୍ଧାଯାଇ ଉଡାଯିବା ସହିତ ଏକ ପ୍ଲଷ୍ଟିକ ସୁତୁଲିରେ ପତକାର ଗୋଟିଏ କୋଣକୁ ବନ୍ଧାଯାଇଥିଲା। ଯାହା କେବଳ ଧର୍ମକୁ ଆଖିଠାର ପରି ସ୍ୱାଧିନତା ଦିବସ ପାଳନ କରଯାଇଥିବା ସାଧାଣରେ ଚର୍ଚ୍ଚା ହେଉଛି। ଜାତୀୟ ପତକାକୁ ସିଧା ସଳଖ ଭାବେ ଏପରି ଅସମ୍ମାନ କରାଯାଇଥିବାରୁ ଦେଶପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି ହେବା ସହିତ ଅସନ୍ତୋଷ ପ୍ରକାଶ ପାଇଛି। ବ୍ୟାଙ୍କ କତ୍ତୃପକ୍ଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।
