ସୋର ବିଜେଡି ପକ୍ଷରୁ ରକ୍ତଦାନ ଶିବିର, ୩୯ ୟୁନିଟ ରକ୍ତ ସଂଗୃହିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ରକ୍ତର ଅଭାବକୁ ଉପଲବ୍ଧି କରି ସୋର ବିଜୁ ଜନତା ଦଳ ପକ୍ଷରୁ ତେଣ୍ଟେଇ ପଞ୍ଚାୟତରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଭିକାରି ଚରଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ସ୍ଥାନୀୟ ସରପଞ୍ଚ ଏହାକୁ ବିରୋଧ କରିଥିଲେ। ଫଳରେ ଏହି ରକ୍ତଦାନ ଶିବିର ତେଣ୍ଟେଇ ଛକରେ ଥିବା ଘୋଡାନାଚ ମଣ୍ଡପ ଠାରେ ଆଜି ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଜୟରାମ ଦାସ, ବ୍ଲକ ବିଧାୟକଙ୍କ ପ୍ରତିନିଧି ଫକୀର ମୋହନ ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି, ସୁଚରିତା କର ଙ୍କ ସମେତ ଅନ୍ୟ ଦଳୀୟ ସଦସ୍ୟ ମାନେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବାଲେଶ୍ୱର ରକ୍ତ ଭଣ୍ଡାରରୁ ଆସିଥିବା ଏକ ଡାକ୍ତରୀ ଟିମ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ରକ୍ତ ସଂଗୃହିତ ହୋଇଥିଲା। ପ୍ରବଳ ବର୍ଷା ସତ୍ୱେ ଏହି ଶିବିରରୁ ମୋଟ ୩୯ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର କର୍ମକର୍ତା ମାନେ ପରିଚାଳନା କରିଥିଲେ।
