*କୋମନା ତହସିଲ ଜମି ଦୁର୍ନୀତି: ଚନ୍ଦ୍ରପାଲା ମୌଜାର ସତ୍ୟନାରାୟଣ ଓ ଭଉଣୀଙ୍କୁ ମିଳିଲା ନ୍ୟାୟ, ମୂଳ ଖାତାକୁ ଫେରିଲା ୪.୪୦ ଡିସିମିଲ ଜମି; ଦୋଷୀ ଅଧିକାରୀଙ୍କ ବଦଳି ପ୍ରକୃତ ସମାଧାନ କି?*
ନୂଆପଡା(ମିଖାଏଲ ନନ୍ଦ)
ତା-୧୯/୦୮
ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଧୀନ ରେ ଥିବା ଚନ୍ଧୋପଲା ମୌଜା ର ସତ୍ୟନରାନ ପ୍ରଧାନୀ ଏବଂ ତାଙ୍କ ଭଉଣୀ କୁମୁଦେନୀ ଙ୍କ ପିତା ଜଗତ ରାମ ପ୍ରଧାନୀ ଙ୍କ ଜମି ଚୋରି ହୋଇଥିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗ କୁ ନେଇ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଆଜି ଜିଲ୍ଲାପାଳ ନୂଆପଡ଼ା ଉପନିବନ୍ଧକ ଦାୟିତ୍ୱରୁ ସର୍ବେଶ୍ୱର ଜାଲ ଙ୍କୁ ବିରତି ଦେଇଛନ୍ତି। ଏହି ଘଟଣା ରେ କୋମନା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ଙ୍କୁ ଦାୟିତ୍ୱ ରେ ଅବହେଳା ନେଇ ତାଙ୍କୁ ବଦଳି କରିଥିବା ଜଣାପଡ଼ିଛି। ସେହିପରି ଜମି ମାଲିକାନା ହସ୍ତାନ୍ତର କରିଥିବା ଡିଡ କୁ ଖାରଚ କରିବା କ୍ଷମତା ନଥିବା କହିଥିବା ବେଳେ ମାନ୍ୟବର କୋର୍ଟ ର ଦ୍ୱାରସ୍ତ ହୋଇ ଜମି ମାଲିକାନା ହସ୍ତାନ୍ତର ଦସ୍ତାବେଜ କୁ ଖାରଚ ପାଇଁ ଜମି ମାଲିକଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡିଛି। ରାଜସ୍ୱ ବିଭାଗ ର ଉପନିବନ୍ଧକ ଦାୟିତ୍ୱ ରେ ସର୍ବେଶ୍ୱର ଜାଲଙ୍କୁ ବିରତି ଦେଇଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ। ଏହି ଦାୟିତ୍ୱରେ ଅତିରିକ୍ତ ତହସିଲଦାର ସୌମ୍ୟାଶ୍ରୀ ମଲ୍ଲିକ ଦାୟିତ୍ୱ ପ୍ରଦାନ
