*ଖଡ଼ିଆଳ: ରାଜା ଆର୍ତ୍ତତ୍ରାଣ ହାଇସ୍କୁଲର ପୁରାତନ ଛାତ୍ର ୧୯୭୮ ମସିହା ମେଟ୍ରିକ୍ ବ୍ୟାଚ ବନ୍ଧୁଙ୍କ ସମାବେଶ, ପରିବାର ହେଲେ ସାମିଲ, ପ୍ରାଚୀନ ଛାତ୍ର ଜୀବନ ଅଭୁଲା ସ୍ମୃତି ହେଲା ଉଜ୍ଜୀବିତ*
ନୂଆପଡା(ମିଖାଏଲ ନନ୍ଦ)
ତା-୧୨. ୦୮.
ନୂଆପଡ଼ା ଜିଲ୍ଲା ର ଖଡ଼ିଆଳ ସ୍ଥିତ କୋଶଳେଶ୍ୱର ମନ୍ଦିର ପରିସରରେ ଖଡ଼ିଆଳ: ରାଜା ଆର୍ତ୍ତତ୍ରାଣ ହାଇସ୍କୁଲର ପୁରାତନ ଛାତ୍ର ୧୯୭୮ ମସିହା ମେଟ୍ରିକ୍ ବ୍ୟାଚ ବନ୍ଧୁଙ୍କ ସମାବେଶ, ପରିବାର ହେଲେ ସାମିଲ, ପ୍ରାଚୀନ ଛାତ୍ର ଜୀବନ ଅଭୁଲା ସ୍ମୃତି ହେଲା ଉଜ୍ଜୀବିତ ହୋଇଥିବା ବେଳେ ଦୀର୍ଘ ୪୮ ବର୍ଷ ର ବ୍ୟବଧାନ ପରେ ଏକାକାର ହୋଇଛନ୍ତି। ସମାଜରେ ବନ୍ଧୁଙ୍କ ସମ୍ପର୍କ ସବୁ ସମ୍ପର୍କ ରୁ ଭିନ୍ନ ଅଟେ। ବନ୍ଧୁଙ୍କ ସମ୍ମୁଖରେ ଥିଲେ ଅନେକ ଉତ୍ସାହ ଦେଖିବାକୁ ମିଳିଥାଏ। ସମାବେଶରେ ସହପାଠୀ ବୃନ୍ଦ ନିଜ ପରିବାର ସହିତ ଯୋଗ ଦେଇଥିଲେ। ପରିଚୟ ଗୀତ, ଅନ୍ତାକ୍ଷରୀ ଓ ଖେଳ ଅନୁଷ୍ଠିତ ହୋଇଥିଲା। ବିନୋଦ ଅଗ୍ରୱାଲ, ସ୍ବଦେଶ ପଟ୍ଟନାୟକ, ସୁବାଷ ଠାକୁର, ଦିଳିପ ତ୍ରିବେଦୀ, ଦେବେନ୍ଦ୍ର ବାଗ, ଗୋବିନ୍ଦା ଅଗ୍ରୱାଲ, ହେରମ୍ବ ମେହେ୍ର, ଯୁଧିଷ୍ଠିର ସଗରୀଆ, ଶିବ ପ୍ରସାଦ ରଥ, ମୀନକେତନ ବିଶି, ସରୋଜ ପାଣିଗ୍ରାହୀ, ବିଶ୍ୱମ୍ବର ପଟେଲ, ସନତ ଠାକୁର, ପ୍ୟାରେଲାଲ ହଲବାଇ, ପ୍ରଫୁଲ୍ ପଟ୍ଟନାୟକ, ଭାଗିରଥି ଦଣ୍ଡସେନା ପ୍ରମୁଖ ତଥା ବହୁ ବନ୍ଧୁ ଓ ପରିବାର ଯୋଗଦାନ କରିଥିଲେ। ସୁଦାମ ବର୍ମା, ଶ୍ରବଣ ନିଆଲ, ପଦ୍ମ ଚରଣ ମହାଉତି ଓ ବିରଞ୍ଚି ପଣ୍ଡା ସମାବେଶର ଆୟୋଜନ ପ୍ରମୁଖ।
