*ଶତ ପ୍ରତିଶତ ଏନ୍ୟୁମେରେସନ ଫର୍ମ ଡିଜିଟାଲାଇଜେସନ୍ ପାଇଁ ବିଏଲ୍ଓ ଗୌରୀଶଙ୍କର ସାହୁଙ୍କୁ ପ୍ରଶଂସାପତ୍ର*
ଚିକିଟି: ( ଶ୍ରୀବତ୍ସ ସାହୁ) ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ସଫଳ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚିକିଟି ନିର୍ବାଚନମଣ୍ଡଳୀର ବୁଥ୍ ନମ୍ବର ୧୮୧ର ବୁଥ୍ ଲେଭେଲ୍ ଅଫିସର (ବିଏଲ୍ଓ) ଗୌରୀଶଙ୍କର ସାହୁଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ -୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଏନ୍ୟୁମେରେସନ ଫର୍ମର ୧୦୦ ପ୍ରତିଶତ ଡିଜିଟାଲାଇଜେସନ୍ ସମ୍ପନ୍ନ କରିବା ସହ ହିଅରିଂ ନୋଟିସ୍ ବଣ୍ଟନ କାର୍ଯ୍ୟ ସଫଳତାର ସହ କରିଥିବାରୁ ତାଙ୍କୁ ଏହି ସମ୍ମାନ ମିଳିଛି।ତାଙ୍କର ନିଷ୍ଠା, ସଚ୍ଚୋଟତା, କର୍ତ୍ତବ୍ୟପରାୟଣତା ଓ ଅକ୍ଳାନ୍ତ ପରିଶ୍ରମ ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପାଦନ କରିବାରେ ବିଶେଷ ଅବଦାନ ରଖିଛି। ୧୩୫-ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବ୍ରହ୍ଣପୁର ଉପଜିଲ୍ଲାପାଳ ଅଭିନାଶ କୁମାରଙ୍କ ତରଫରୁ ଏହି ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଏହି ସଫଳତା ପାଇଁ ସାହୁଙ୍କୁ ସହକର୍ମୀ, ଅଧିକାରୀ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।
