ଅହୋରାତ୍ର ଗଣ ଧାରଣା ଚତୁର୍ଥ ଦିନରେ ପୂର୍ବତନ ବିଜେଡି ବିଧାୟକଙ୍କ ସମର୍ଥନ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ସଦର : ଅହୋରାତ୍ର ଧାରଣା ତା.୦୯ ଅଗଷ୍ଟ ଠାରୁ ୧୫ ଅଗଷ୍ଟ ୨୦୨୬ ଛଦେଶ ବିକାଶ ପରିଷଦର ପକ୍ଷରୁ ଦଶଦଫା ଦାବି ନେଇ ଅହୋରାତ୍ର ଗଣ ଧାରଣା ଚତୁର୍ଥ ଦିନରେ ପହଞ୍ଚିଲା। ଦୀର୍ଘ ବର୍ଷ ଧରି ଛଦେଶ ଅଞ୍ଚଳର ବିକାଶ ପାଇଁ ଏହି ଦାବି କରିଆସୁଛନ୍ତି। ଆଜି ବୁଧବାର ଚତୁର୍ଥଦିନ ଧାରଣାରେ ପୂର୍ବତନ ଲୋକପ୍ରିୟ ବିଜେଡି ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଯୋଗଦେଇ ମୁଖ୍ୟ ଦାବୀ ଗୁଡିକ ମଧ୍ୟରୁ ୧୦ ଦଫା ଦାବୀ। ୧.ଛଦେଶ ବ୍ଲକ ଗଠନ ୨.ବିଜୁଳି ସମସ୍ୟାର ସ୍ଥାୟୀ ସମାଧାନ ୩.ଭାପୁର ତଥା ଅନ୍ୟ ମେଡିକାଳ ଗୁଡ଼ିକରେ ଡାକ୍ତର ଷ୍ଟାଫ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ୪.ଭାପୁର ଫାଣ୍ଡିକୁ ଥାନା ୫.ସାପୁଆ ନଦୀର ପୁରୁଦ୍ଧାର ୬.ଶଙ୍କରପୁର କୋତ୍ତମ ରାସ୍ତା ମରାମତି ୭.ଭତାଧାରୀଙ୍କ ଭତା ଟଙ୍କା ତୁରନ୍ତ ଯୋଗାଣ। ୮.ଉପଯୁକ୍ତ ହିତାଧୁକାରୀଙ୍କୁ ଆବାସ ଗୃହ ଯୋଗାଣ। ୯.ଦମକଳ କେନ୍ଦ୍ର । ୧୦.ଭାପୁରରେ ଏକ ବାଳିକା ଉଚ୍ଚ ବିଦ୍ୟାଳୟ । ଛଦେଶକୁ ଏକ ବ୍ଳକ ଗଠନକୁ ସମର୍ଥନ କରିଥଲେ। ଛଦେଶ ବିକାଶ ପରିଷଦ ପକ୍ଷରୁ ଧାରଣାରେ ବସିଛନ୍ତି କିନ୍ତୁ ଦୁଃଖ ପରିତାପର ବିଷୟ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ନେତା ଧାରଣା ଚତୁର୍ଥ ଦିନରେ ପହଞ୍ଚିଲାଣି ହେଲେ କେହି ନ ପହଞ୍ଚିବା ଘଟଣାସ୍ଥଳରେ କ୍ଷୋଭ ପ୍ରକାଶ କରିଥିଲେ। ପୂର୍ବତନ ବିଧାୟକ ଶ୍ରୀ ସାମଲ
