୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରତିଯୋଗିତା
ପାଟଣା,୧୨/୮ : ସ୍ୱାଧୀନତା ଦିଵସ ଉପଲକ୍ଷେ ବୁଧବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ୱାମ ପାଟଣା ଓ ଗୋପୀନାଥ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ବ୍ଲକ ସ୍ତରୀୟଉଚ୍ଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜ୍ଞାନ, ପ୍ରବନ୍ଧ ଲିଖନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ବରିଷ୍ଠ, କନିଷ୍ଠ ଓ ଉପ କନିଷ୍ଠ ବର୍ଗରେ ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, କଲେଜ ରୁ ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀତା ପୂର୍ବରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥ ସାରଥି ବେଜ୍ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା ସଭା ର ମୁଖ୍ୟଅତିଥି ଭାବେ ବଡ଼ପାଟଣା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ବିନତି
ବାନରା, ସମ୍ମାନୀତ ଅତିଥି ଭାବରେ କେନ୍ଦୁଝର ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘର ସମ୍ପାଦକ କମଳାକାନ୍ତ ପତି, ପାଟଣା ବ୍ଳକ୍ ର ସହ ଶିକ୍ଷା ଅଧିକାରୀ ଜଗଦୀଶ ଚନ୍ଦ୍ର ନାଏକ, ଜି ଏନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କେଦାରଣି ନାୟକ,ଏନ୍ ସି ସି ଅଫିସର କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ,ପାଟଣା ସାଧନା କେନ୍ଦ୍ର ର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ,ଜିଲ୍ଲା ପରିଷଦ ଶିକ୍ଷକ ସଂଘ ସଭାପତି ପ୍ରମୋଦ ମହାନ୍ତ ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ ଓ ବିଭିନ୍ନ ପ୍ରତଯୋଗିତାର ବିଚାରକ ଭାବରେ ଅଧ୍ୟାପିକା ସୁସ୍ନାତା ଶୋଭାଲିନ ମହାପାତ୍ର, ଅଧ୍ୟାପକ ସୁଶାନ୍ତ ମଢେଇ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନଳିନୀକାନ୍ତ
ଘଣା, ଶିକ୍ଷକ ଶରତ ଚନ୍ଦ୍ର ସାହୁ,ଶିକ୍ଷକ ରାମେଶ୍ୱର ବାରିକ ପ୍ରତିଯୋଗିତାର ମୂଲ୍ୟାଙ୍କନ କରିଥିଲେ ଦୁଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ପ୍ରତିଯୋଗୀତା ରେ ସହଯୋଗ କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ସ୍ୱାଧୀନତା ଦିବସ ରେ ପାଟଣା ଷ୍ଟାଡିୟମ୍ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକ ଙ୍କ ଦ୍ଵାରା ପୁରସ୍କୃତ କରାଯିବ ।
