ବିଜୁଲି ସମସ୍ୟାର ସ୍ଥାୟୀ ସମାଧାନ ଦାବି: ଗାଇସିଲାଟରେ ‘ ପକ୍ଷରୁ ଦାବିପତ୍ର ପ୍ରଦାନ
ବରଗଡ ୧୨/୮(ନି ପ୍ର )ଗାଇସିଲାଟ ବ୍ଲକ ଅଞ୍ଚଳରେ ବାରମ୍ବାର ବିଜୁଲି ବିଭ୍ରାଟ, ଲୋ-ଭୋଲ୍ଟେଜ୍, ଟ୍ରାନ୍ସଫର୍ମର ସମସ୍ୟା, ବିଜୁଲି ଯୋଗାଣର ଅନିୟମିତତା ଓ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ‘’ ପକ୍ଷରୁ ଆଜି ଶିବୁ ପ୍ରସାଦ ପାଢ଼ୀ ଙ୍କର ନେତୃତ୍ୱ ରେ ଏକ ଜନଆନ୍ଦୋଳନ ଓ ରାଲି ଆୟୋଜିତ ହୋଇଥିଲା।
ସଂଗଠନର ଆହ୍ୱାନରେ ବିଜୁଲି ଉପଭୋକ୍ତା, ଚାଷୀ, ଯୁବକ, ମହିଳା ଓ ସଚେତନ ନାଗରିକମାନେ ଏକତ୍ରିତ ହୋଇ ଗାଇସିଲାଟ କଲେଜ୍ ଛକରୁ ରାଲି ଆରମ୍ଭ କରିଥିଲେ। ରାଲିଟି BDO କାର୍ଯ୍ୟାଳୟ ଦେଇ TATA Power କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ପରେ ସଂଗଠନ ପକ୍ଷରୁ ବିଜୁଲି ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟା ଓ ଦାବି ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଦାବିପତ୍ରରେ ଗାଇସିଲାଟ ବ୍ଲକରେ ନିରବଚ୍ଛିନ୍ନ ଓ ନିର୍ଭରଯୋଗ୍ୟ ବିଜୁଲି ଯୋଗାଣ ସୁନିଶ୍ଚିତ କରିବା, ବିଜୁଲି କଟ୍ ସମସ୍ୟାର ସ୍ଥାୟୀ ସମାଧାନ, ଲୋ-ଭୋଲ୍ଟେଜ୍ ସମସ୍ୟା ଦୂର କରିବା, ଖରାପ ଟ୍ରାନ୍ସଫର୍ମର ଓ ବିଜୁଲି ଲାଇନ୍ର ତୁରନ୍ତ ମରାମତି, ଉପଭୋକ୍ତାଙ୍କ ଅଭିଯୋଗର ଶୀଘ୍ର ସମାଧାନ ଏବଂ ବିଜୁଲି ସେବା ସମ୍ପର୍କିତ ଅଭିଯୋଗରେ ଉପଭୋକ୍ତାଙ୍କୁ ଉଚିତ ସହାୟତା ପ୍ରଦାନ ଭଳି ଦାବି ରଖାଯାଇଛି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ବିଜୁଲି ଆଜିର ଦିନରେ ଘର, ଚାଷ, ବ୍ୟବସାୟ, ଶିକ୍ଷା ଓ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସେବା। ତେଣୁ ଉପଭୋକ୍ତାମାନଙ୍କୁ ନିୟମିତ, ସୁରକ୍ଷିତ ଓ ଗୁଣାତ୍ମକ ବିଜୁଲି ସେବା ମିଳିବା ଆବଶ୍ୟକ। ଉପଭୋକ୍ତାଙ୍କ ସମସ୍ୟାକୁ ଅଣଦେଖା ନକରି ତୁରନ୍ତ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଛି।
ଏହି ଆନ୍ଦୋଳନ କୌଣସି ବ୍ୟକ୍ତି ବା ସଂସ୍ଥା ବିରୋଧରେ ନୁହେଁ, ବରଂ ବିଜୁଲି ଉପଭୋକ୍ତାଙ୍କ ଅଧିକାର, ନ୍ୟାୟ ଓ ଉନ୍ନତ ବିଜୁଲି ସେବା ପାଇଁ ଏକ ଗଣତାନ୍ତ୍ରିକ ପ୍ରୟାସ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ଦାବିଗୁଡ଼ିକ ଉପରେ ତୁରନ୍ତ ପଦକ୍ଷେପ ନିଆଯାଇ ବିଜୁଲି ଉପଭୋକ୍ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ‘ପକ୍ଷରୁ କୁହାଯାଇଛି। ଆଜିର ଏହି କାଯ୍ୟକ୍ରମ ରେ ଚାଷୀ ନେତା ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଗଜପତି ସାହୁ,ସୁଜିତ ପାତ୍ର,ସାହୁ, ଶ୍ରୀକାନ୍ତ ପାଢ଼ୀ, ସଦାନନ୍ଦ ସାହୁ,ଲକି ସାହୁ, ପରେଶ ବେହେରା, ରିଲୁ ସିଂ, ପ୍ରସନ୍ନ ରଣା, ଶଶୀ ଠାକୁର ପ୍ରମୁଖ ବହୁ ସଂଖ୍ୟାରେ ସାମିଲ ଥିଲେ l
