କନ୍ଧରା ଆଦର୍ଶ ବିଦ୍ୟାଳୟରେ ପୁଣି ଛାତ୍ର ଆନ୍ଦୋଳନ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ, -କଙ୍କଡ଼ାହାଡ଼ବ୍ଲକ ଅତର୍ଗତ କନ୍ଧରା ଆଦର୍ଶ ବିଦ୍ୟାଳୟରେ ପୁଣି ଥରେ ଛାତ୍ର ଛାତ୍ରୀ ଆନ୍ଦୋଳନ। ବିଦ୍ୟାଳୟରେ ଅନିୟମିତତା ଓ ବିଭିନ୍ନ ସମସ୍ୟାକୁ ନେଇ ପ୍ରିନ୍ସପାଲ ମାଡାମଙ୍କ ବଦଳି ଦାବି କରିଛନ୍ତି କିଛି ଛାତ୍ରଛାତ୍ରୀ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ ନେଇ ବୁଝାସୁଝା କରାଯାଇଥିଲେ ମଧ୍ୟ କିଛି ଛାତ୍ରଛାତ୍ରୀ ନିଜ ଦାବିରେ ଅଡି ରହି ଧାରଣା ଜାରି ରଖିଥିବା ଜଣାପଡ଼ିଛି।
ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ହେଉଛି ବିଦ୍ୟାଳୟରେ ଥିବା ସମସ୍ୟା ଓ ଅନିୟମିତତାର ସମାଧାନ କରାଯାଉ ଏବଂ ପ୍ରିନ୍ସପାଲଙ୍କ ବଦଳି କରାଯାଉ।
ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଆସନ୍ତା ଶୁକ୍ରବାର ଦିନ ବ୍ଲକ ପରିସରରେ ଅଭିଭାବକମାନଙ୍କୁ ଡାକି ଏକ ଆଲୋଚନା ବୈଠକ କରାଯିବ। ସେଠାରେ ବିଦ୍ୟାଳୟର ସମସ୍ୟା, ଛାତ୍ରଛାତ୍ରୀଙ୍କ ଅଭିଯୋଗ ଓ ଅଭିଭାବକଙ୍କ ମତାମତ ଉପରେ ଆଲୋଚନା କରାଯିବ। ତେବେ ପ୍ରଶ୍ନ ଉଠୁଛି—ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ କେବେ ହେବ? ପ୍ରିନ୍ସପାଲଙ୍କ ବଦଳି ଦାବି ଉପରେ ପ୍ରଶାସନ କି ପଦକ୍ଷେପ ନେବ? ଏବଂ ଶୁକ୍ରବାରର ଆଲୋଚନା ପରେ ସମସ୍ୟାର ସ୍ଥାୟୀ ସମାଧାନ ବାହାରିବ କି?
ଏବେ ସମସ୍ତଙ୍କ ନଜର ରହିଛି ଆଗାମୀ ଆଲୋଚନା ବୈଠକ ଉପରେ
