ବଜ୍ରପାତରେ ଦୁଇ ଭଉଣୀ ଗୁରୁତର
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ପରଜଙ୍ଗ ବ୍ଲକ କୁମୁସୀ ଗ୍ରାମରେ ସାମବାର ବଜ୍ରପାତରେ ସମ୍ପର୍କୀୟ ଦୁଇ ଭଉଣୀ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଗ୍ରାମର ଗୋକୁଳାନନ୍ଦ ଦେହୁରୀଙ୍କ ଝିଅ କାଜଲ ଦେହୁରୀ (୧୯) ଏବଂ ତ୍ରିଲୋଚନ ଦେହୁରୀଙ୍କ ଝିଅ ରୀନା ଦେହୁରୀ (୨୦)। ଜେଜେମାଙ୍କ ମୃତ୍ୟୁଭୋଜି ଚାଲିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ଉଭୟ ଗୁରୁତତ ହୋଇଥିଲେ। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ଅଟୋ ଯୋଗେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।
