*ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମପଞ୍ଚାୟତ ର ବୈଜଲପୁର ଠାରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ଚାଷ ଜମିକୁ ଜଳ ସେଚିତ କରିବା ଲକ୍ଷ ରୁ ବହୁ ଦୂରରେ, ପ୍ରକଳ୍ପ ଉଚ୍ଚ କ୍ଷମତା ସମ୍ପନ୍ନ ମଟର ପାଣି ବଦଳରେ ବାଲି ଟାଣୁଛି, ବିନା ଜଳ ସ୍ରୋତରେ କୋଟି କୋଟି ଟଙ୍କା ଜଳସେଚନ ପ୍ରକଳ୍ପ*
ନୂଆପଡା(ମିଖାଏଲ ନନ୍ଦ) ତା:୦୮.୦୮.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମପଞ୍ଚାୟତ ର ବୈଜଲପୁର ଠାରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳ ଚାଷ ଜମିକୁ ଜଳ ସେଚିତ କରିବା ଲକ୍ଷ ରୁ ବହୁ ଦୂରରେ, ପ୍ରକଳ୍ପ ଉଚ୍ଚ କ୍ଷମତା ସମ୍ପନ୍ନ ମଟର ପାଣି ବଦଳରେ ବାଲି ଟାଣୁଛି। ସରକାରୀ ଅର୍ଥକୁ ଅଧିକାରୀ, ଯନ୍ତ୍ରୀ ଓ ମନ୍ତ୍ରୀଙ୍କ ଖୁଲା ଖୋଳି ଦୂରଉପୟୋଗ କହିଲେ ଅତ୍ୟୁଚି ହେବ ନାହିଁ। ପାର୍ବତୀ ଗିରି ଉଠା ଜଳ ସେଚନ ରେ ୧୨୫ ଏଚ ପି(HP) ର ୪ ଗୋଟି ମଟର ସାହାର୍ଯ୍ୟରେ ପାଇପ୍ ଯୋଗେ ଜମି କୁ ଜଳ ସେଚିତ ଲକ୍ଷ ନେଇ ପାଇପ୍ ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇ ଚାଷୀଙ୍କ ମୁହଁ ରେ ହସ ଫୁଟାଇବା ଲକ୍ଷ ଥିଲା। କିନ୍ତୁ ଯନ୍ତ୍ରୀ ମାନେ ପ୍ରକଳ୍ପ ନିର୍ମାଣ କଲେ। ପାଇପ୍, ମଟର କିଣା ହୋଇ ଖଞ୍ଜା ଗଲା। କିନ୍ତୁ ଜଳ ର ସ୍ରୋତ ଦେଖା ନାହିଁ। ଜଳ ସ୍ରୋତ ପାଇଁ ବିଗତ ୨୦ ବର୍ଷ ଅଧ୍ୟୟନ ର ଆବଶ୍ୟକ ଥିଲା। ପୋଥି ବିଦ୍ୟା ରେ ପ୍ରକଳ୍ପ ନିର୍ମାଣ ହେଲା। ଉଦନ୍ତୀ ନଦୀ ଏକ ଖର ସ୍ରୋତ ନଦୀ। ବର୍ଷା ର ଅଳ୍ପ ଦିନ ପରେ ନଦୀ ରେ ଜଳର ପ୍ରବାହ ରହି ନଥାଏ। ଇନଣ୍ଟେଙ୍କ ୱାଳ ନଦୀ ରେ ନିର୍ମାଣ ହୋଇଅଛି। ବନ୍ୟା ଜଳ ପ୍ରବାହିତ ହେଲେ ଚାଷୀ ଜମିରେ ମଧ୍ୟ ଜଳାର ଆବଶ୍ୟକ ନ ଥାଏ। ଇନଣ୍ଟେଙ୍କ ୱାଳ ରେ ବର୍ଷା ଜଳ ପ୍ରବଶ କରୁନାହିଁ। ଯଦି ବର୍ଷା ଜଳ ଇନଣ୍ଟେଙ୍କ ୱାଳ ରେ ପ୍ରବେଶ କଲେ ମଧ୍ୟ ୧୨୫ ଏଚ ପି ର ୩ ଗୋଟି ମଟର ଏବଂ ଗୋଟିଏ ଷ୍ଟାଣ୍ଡ ବାଏ ମଟର କୁ ଜଳ ଯୋଗାଣ କରି ପାରିବକି? ତେଣୁ ବିନା ଜଳ ସ୍ରୋତରେ ପ୍ରକଳ୍ପ ନିର୍ମାଣ ଯାହା ସ୍ୱାର୍ଥରେ । ଅପର ପକ୍ଷେ ଉଦନ୍ତୀ ବେରେଚ ନିର୍ମାଣ ହେଲେ ନଦୀର ତଳି ମୁଣ୍ଡ ଜଳ ରହିବ ନାହିଁ। ପାର୍ବତୀ ଗିରି ବୃହତ୍ ଜଳ ସେଚନ ପ୍ରକଳ୍ପ ର ଜଳ ସ୍ରୋତ ଖୋଜା ଯିବା ସହ କୃଷକ ଶକ୍ତି ସଙ୍ଗଠନ ର ଦାବୀ ଚେକ୍ ଡ୍ୟାମ ନିର୍ମାଣ କରି ଜଳ ସ୍ରୋତ କରିବାକୁ ଆହ୍ୱାନ ।
