ଶିଳ୍ପା ଞ୍ଚଳ ମହିଳା ମହା ବିଦ୍ୟାଳୟରେ ଔଷଧୀୟ ବୃକ୍ଷ ରୋପଣ ।
ତାଳଚେର: ପରିବେଶ ସୁରକ୍ଷା ଓ ସବୁଜ ବଳୟ ସୃଷ୍ଟି ଲକ୍ଷ୍ୟରେ ରାଷ୍ଟ୍ରତନ୍ତ୍ର ସମ୍ବାଦ ପତ୍ର ପକ୍ଷରୁ ସ୍ଥାନୀୟ
ଶିଳ୍ପାଞ୍ଚଳ ମହିଳା ମହା ବିଦ୍ୟାଳୟ ପରିସର ରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଗଛ ଲଗାଇବା କାହା ପାଇଁ ଶ୍ରିଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । କାର୍ଯ୍ୟ କ୍ରମ ରେ ତାଳଚେର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ରଂଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଶୋକବୃକ୍ଷ ରୋପଣ କରିବା ସହ ବୃକ୍ଷର ଉପକାରିତା ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।
ଖଣି ଉନିର୍ଦେଶକ ଦେବେନ୍ଦ୍ର ନାଥ ଦଳାଇ ଚାରା ଗୁଡ଼ିକର ଯତ୍ନ ନେବାକୁ ଛାତ୍ରି ମାନଙ୍କୁ ପରାମର୍ଶ ଦେଇ ଥିଲେ ।
ଏନଟି ପି ସି (N,T,P,C) ତାଳଚେର ଥର୍ମାଲର ମାନବ ସମ୍ବଳ ଉପ ମହାପ୍ରବନ୍ଧକ ସଂଜିତି କୁମାର ସେନାପତି ତାଳଚେର ରେ ସବୁଜ ବଳୟ ସୃଷ୍ଟି ଓ ପ୍ରଦୃଷଣ ହ୍ରାସ ପାଇଁ ବୃକ୍ଷ ରୋପଣର
ଗୁରୁତ୍ଵ ଉପରେ ମତ ରଖିଥିଲେ । ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଭୀମସେନ ଦେହୁରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟ କ୍ରମ ରେ ବନ ପାଳ ସିଦ୍ଧାର୍ଥ ଅନୁରାଗ ପରିଡା,
ଏନ, ଟି,ପି,ସି ଜନ ସମ୍ପର୍କ
ଅଧିକାରୀ ବିଷ୍ଣୁ ଚନ୍ଦ୍ର ସାହୁଙ୍କ ସମେତ ବହୁ ଅଧ୍ୟାପକ , ଅଧ୍ୟାପିକା ସାମ୍ବାଦିକ, ସମାଜ ସେବୀ,ଓ ଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟ କ୍ରମ ରେ ଅଶୋକ, ପାତାଳ ଗରୁଡ, ଲିମ୍ବ, ବଉଳ ଓ ପିଜୁଳି ସମେତ ତିରିଶି ରୁ ଅଧିକ
ଚାରା ରୋପଣ କରାଯାଇଥିଲା ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
