ମାଇଁ ଭାରତ ପକ୍ଷରୁ ନିଶା ମୁକ୍ତ ଜିଲାସ୍ତରୀୟ କାର୍ଯ୍ୟକ୍ରମ
କେନ୍ଦୁଝର, ୬ା୮: ଜାତୀୟ ସେବା ଯୋଜନା ବୁ୍ୟରୋ ଧରଣୀଧର ବିଶ୍ୱ ବିଦ୍ୟାଳୟ, କେନ୍ଦୁଝର ଓ ମାଇଁ ଭାରତ (ନେହେରୁ ଯୁବ କେନ୍ଦ୍ର) କେନ୍ଦୁଝର ର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ମହାନ ଲକ୍ଷ୍ୟ ହାସଲ କରିବା ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନା ବ୍ୟୁରୋର ମୁଖ୍ୟ ଡକ୍ଟର ସରିତା ନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟର ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥି ଓ ସମସ୍ତ ଅତିଥିବୃନ୍ଦ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଧରଣୀଧର ବିଶ୍ୱ ବିଦ୍ୟାଳୟର କୁଳପତି ଡକ୍ଟର ସଞ୍ଜୟ କୁମାର ପାତ୍ର ମୁଖ୍ୟ ଅତିଥି,କୁଳସଚିବ ପ୍ରତିଭା ପୃଷ୍ଟି,ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସଂପାଦକ ଭକ୍ତବତ୍ସଳ ମହାନ୍ତି ମୁଖ୍ୟବକ୍ତା,ସମାଜର ଜିଲା ପ୍ରତିନିଧି ବିଜୟ କୁମାର ମିଶ୍ର,ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ସଂଚାଳିକା ରାଜଯୋଗିନୀ ବିନ୍ଦୁ ଭଉଣୀ,ମାଇଁ ଭାରତ କେନ୍ଦୁଝର ଜିଲା ଅଧିକାରୀ ମୋହିତ କୁମାର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଭାରତ ଗଠନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆରମ୍ଭ ହୋଇଥିବା ନିଶାମୁକ୍ତ ଯୁବା କାର୍ଯ୍ୟକ୍ରମ ବିଷୟରେ ଅତିଥିମାନେ ଓ ମୁଖ୍ୟବକ୍ତା ସରଳ ଭାବେ ବୁଝାଇଥିଲେ । ଛାତ୍ର ସମାଜ ଓ ଯୁବ ଗୋଷ୍ଠୀ ନିଶା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ନୃତ୍ୟ,ଗୀତ,
ଚିତ୍ରାଙ୍କନ,ସ୍ଲୋଗାନ,ଭାଷଣ,ପଥପ୍ରାନ୍ତ ନାଟକ ଛାତ୍ରଛାତ୍ରୀ ନିଶାମୁକ୍ତ ସମାଜ ଆଧାର ବିଷୟ ଆଧାରିତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ଜିଲା ଅଧିକାରୀ ଡକ୍ଟର ସୁନିଲ କୁମାର ସାହୁ,ଅଧ୍ୟାପିକା ଡକ୍ଟର ଜୟଲକ୍ଷ୍ମୀ ମହାପାତ୍ର,ଡକ୍ଟର ଅରୁନ୍ଧତୀ ଓଝା,ଡକ୍ଟର ଶୁଭସ୍ମିତା ଦାସ,ଡକ୍ଟର ଅନୁପମା ଦାସ,ନୃତ୍ୟଗୁରୁ ସୁପ୍ରିୟା ଗୋସ୍ୱାମୀ,ସୌମ୍ୟଶ୍ରୀ ଚାଟ୍ଟାର୍ଜୀ ଜୁରୀ ଭାବରେ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାଇଁ ଭାରତ କେନ୍ଦୁଝର ର ଯୁବ ସ୍ୱେଚ୍ଛାସେବୀ ଚାରୁଲତା ନାୟକ,
କାର୍ଯ୍ୟାଳୟ ଅଧିକାରୀ ଅନାମ ନାୟକ ଓ ଜିଲା ଯୁବ ଅଧିକାରୀ ମୋହିତ କୁମାର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ବିନ୍ଦୁ ଭଉଣୀ ସମସ୍ତ ଛାତ୍ର ଛାତ୍ରୀ ମାନଂକୁ” ନିଶା ମୁକ୍ତ ଯୁବା ଓ ବିକଶିତ ଭାରତ” ଗଠନ ପାଇଁ ଗଣ ଶପଥ ପାଠ କରାଇ ଥିଲେ l
