*ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ନୂତନ ଶିକ୍ଷା ନୀତି ୨୦୨୦ ରେ ଆଲୋଚନା, ପରିଚାଳନା କମିଟି ନୂତନ ସଭାପତି ସହ ୨୫ ଜଣ ସଭ୍ୟ ମନୋନୀତ*
ନୂଆପଡା(ମିଖାଏଲ ନନ୍ଦ) ତା:୦୫.୦୮.
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଲର୍କା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ନୂତନ ଶିକ୍ଷା ନୀତି ୨୦୨୦ ରେ ଆଲୋଚନା ହୋଇଥିବା ବେଳେ ପରିଚାଳନା କମିଟି ନୂତନ ସଭାପତି ରୂପେ ଗୋବିନ୍ଦ ସିଂ ସହ ୨୫ ଜଣ ସଭ୍ୟ ମନୋନୀତ ହୋଇଛନ୍ତି। ଶିକ୍ଷା ବ୍ୟବସ୍ଥା ରେ ପରିଚାଳନା କମିଟି ଓ ଅଭିଭାବକଙ୍କ ଭୂମିକା, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦକ୍ଷତା, ତଥ୍ୟ ଭିତ୍ତିକ ଶିକ୍ଷାଦାନ ପଦ୍ଧତିର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିଲେ। ସ୍କୁଲ ଅଧ୍ୟକ୍ଷ ବସନ୍ତ କୁମାର ମେହେର ଅଧ୍ୟକ୍ଷତା କରିଥିବା ବେଳେ ୨୫ ଜନ ସଦସ୍ୟ ମନୋନୀତ ହୋଇଛନ୍ତି। ବିଦ୍ୟାର୍ଥୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ରୁଚି ଜାଗ୍ରତ କରିବା ସହ ଶିଶୁ ମନୋବିଜ୍ଞାନ ଭଳି ତାଙ୍କ ସହ ବନ୍ଧୁତ୍ୱ ପରିବେଶ ରେ ଶିକ୍ଷା ଦାନ ଉପରେ ଯତ୍ନବାନ ହେବାକୁ ଆହ୍ୱାନ କରିଥିଲେ।
