**ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ୪ ଦଫା ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଖଡ଼ିଆଳ ବିଡିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୮.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ୪ ଦଫା ଦାବୀ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଖଡ଼ିଆଳ ବିଡିଓ ମିଳନ କୁମାର ଝଙ୍କାର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ୧୯୪ ଗୋଟି ସ୍କୁଲ ରେ ଓଷ୍ଟା ଶିକ୍ଷକ ମାନେ ନିୟମିତ କାର୍ଯ୍ୟ କରିଆସୁଛନ୍ତି। ସମାନ କାମ କୁ ସମ୍ମାନ ଦାମ୍, ୧୯୪ ଗୋଟି ସ୍କୁଲ କୁ ଅନୁଦାନ ପ୍ରଦାନ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନଙ୍କ ଅବସର ପରେ ପେନସନ ବ୍ୟବସ୍ଥା ଲାଗୁ କରିବା, ଅନ୍ୟ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଛାତ୍ର ବୃର୍ତ୍ତି ମିଳୁଥିବା ବେଳେ ଏହି ସ୍କୁଲ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଛାତ୍ର ବୃର୍ତ୍ତି ପ୍ରଦାନ ଦାବୀ କରିଥିଲେ।। ଆଜି ସମସ୍ତ ଶିକ୍ଷକ ମାନେ ଏକ ଶୋଭାଯାତ୍ରା ରେ ଆସି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନିଜ ଦାବୀ ଉପରେ ସରକାରଙ୍କ ପ୍ରତିନିଧି ଭାବରେ ଖଡ଼ିଆଳ ବିଡ଼ିଓଙ୍କୁ ଜଣାଇ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ବିଷୟ ନେଇ ଦାବୀ ପତ୍ର ଗ୍ରହଣ ପରେ ଉପରସ୍ଥ ଅଧିକାରୀଙ୍କ ଜରିଆରେ ପ୍ରେରଣ ପ୍ରକୃତ ଠିକଣାକୁ ଦାବୀପତ୍ର ପ୍ରେରିତ ହେବ ବୋଲି ପ୍ରକାଶ କରିଛନ୍ତି।
