*ପୂର୍ବତନ ବିଜେଡି ସଭାପତିଙ୍କ ବିୟୋଗ*
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) :: ସୋର ପୌରପାଳିକା ଅନ୍ତର୍ଗତ ୧୮ ନମ୍ବର ୱାର୍ଡର ଚକବାରାହାପୂର ଗ୍ରାମ ନିବାସୀ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ରବିବାର ରାତ୍ର ୧୧.୪୦ ଘଟିକା ସମୟରେ ବିୟୋଗ ହୋଇଥିବା ପରିବାର ସୂଚନା ଦେଇଛନ୍ତି।ସେ ଜଣେ ଦୟାଳୁ, ଧର୍ମପରାୟଣ, ମିଷ୍ଟଭାଷୀ ସ୍ଵଭାବ ର ବ୍ୟକ୍ତି ଥିଲେ। ରାଜନୀତିରେ ସେ ସୋର ନଗର ବିଜେଡି ରେ ସଭାପତି ରୂପେ ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ। ସୋର ସ୍ୱର୍ଣ୍ଣକାର ବଣିକ ସଂଘର ସଭାପତି ଭାବରେ ମଧ୍ୟ ସେ ନିଜର କାର୍ଯ୍ୟ ତୁଲାଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ସୋର ଅଞ୍ଚଳ ର ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସୋର ବିଧାୟକ ଶ୍ରୀଯୁକ୍ତ ମାଧବ ଧଡା, ୧୨ ନମ୍ବର ୱାର୍ଡର ପାରିଷଦ ରାଜେନ୍ଦ୍ର କୁମାର ମହାନ୍ତି, ୧୮ ନମ୍ବର ୱାର୍ଡର ପାରିଷଦ ନିଶାକର ମହାନ୍ତି, ପୂର୍ବତନ ପାରିଷଦ ମହେଶ ବେହେରା, ଗୌରାଙ୍ଗ ତ୍ରିପାଠୀ ଓ ବର୍ତ୍ତମାନ ବିଜେଡିର ନଗର ସଭାପତି ସୁକାନ୍ତ ମିଶ୍ର ପ୍ରମୁଖ ତାଙ୍କର ଅନ୍ତିମ ଦର୍ଶନ କରିଥିଲେ। ପରେ ସୋର ନୀଳାଚଳ ସାରସ୍ୱତ ସଙ୍ଘ ଆସନ ମନ୍ଦିରକୁ ନିଆଯାଇଥିଲା । ସୋର ଶାଖା ତରଫରୁ ଅନନ୍ତ ଚନ୍ଦ୍ର ପାତ୍ର, ରାଧାକୃଷ୍ଣ ମହାପାତ୍ର , ବାସୁକୃଷ୍ଣ ମହାପାତ୍ର, ଆନନ୍ଦଭାଇ ପ୍ରମୁଖ ସଙ୍ଘ ଆସନ ମନ୍ଦିରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ବର୍ଣ୍ଣକାର ସଙ୍ଘ ପକ୍ଷରୁ ତାଙ୍କର ଅନ୍ତିମ ଦର୍ଶନ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଗ୍ରାମବାସୀ , ଶୁଭେଚ୍ଛୁ ଓ ପରିବାର ସଦସ୍ୟ ଙ୍କ ଉପସ୍ଥିତି ରେ ଶୋକା କୋଳ ପରିବେଶ ମଧ୍ୟରେ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ବଡ଼ ପୁଅ ଅଭିଶେକ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।
