Koraput
ଶ୍ରାବଣ ଆସିଲେ ଉତ୍ସବ ମୁଖର ହୁଏ ସାରା ରାଜ୍ୟ ର ଶିଵ ପୀଠ ଗୁଡିକ ପଲ୍ଲୀ ରୁ ଦିଲ୍ଲୀ ସବୁଠି ବୋଲ ବମ ଶବ୍ଦ ଶୁଣିବାକୁ ମିଳେ ଆଉ କୋରାପୁଟ ଜିଲ୍ଲା ର ପ୍ରସିଦ୍ଧ ଶିଵ ପୀଠ ଗୁପ୍ତେଶ୍ୱର ବି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟ୍ୟ ରେ ଉତ୍ସବ ମୁଖର ହୋଇଉଠେ କାଉଡିଆ ଙ୍କ ଠୁ ଧରିକି ଶ୍ରଦ୍ଧାଳୁ ଭକ୍ତ ଗଣ ଙ୍କ ସୁଅ ଚୁଟେଇ ଏହି ଗୁପ୍ତେଶ୍ୱର କୁ ରାତି ଅଧରୁ ଲମ୍ବା ଧାଡି ରେ ଠିଆ ହୁଅନ୍ତି ବାବା ଭୋଳାନାଥ ଙ୍କ ନିକଟରେ ପାଣି ଢ଼ାଳିବା ସହ ଦର୍ଶନ ଟିକେ କରିବାକୁ ଆଉ ଚଳିତ ବର୍ଷ ପନ୍ଦର ହଜାର ରୁ ଅଧିକ ଭକ୍ତ ଙ୍କ ସମାଗମ ହୋଇଥିଲା ସୋମବାର ରେ ଆଉ ଆଇନ ସୃଙ୍ଖଳା ରକ୍ଷା କରିଥିଲେ ପୋଲିସ ଟିମ ଭକ୍ତଙ୍କ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ମନ୍ଦିର ପ୍ରଶାସନ କରିଥିଲା, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
