ସ୍ବର୍ଗତ କାଞ୍ଚନଵାଳା ଙ୍କ ସ୍ମୁତିସଭା ଓ ସ୍ମରଣିକା ଉନ୍ମୋଚନ।
ଜଗତସିଂହପୁର(ନି.ପ୍ର)
ଜଗତସିଂହପୁର ସ୍ଥିତ ରଶ୍ମୀପ୍ରଭା ମଣ୍ଡପ ପରିସରରେ ସ୍ବର୍ଗତ କାଞ୍ଚନବାଳା ବେହେରାଙ୍କ ଚତୁର୍ଦଶାହ ଦିବସ ଅବସର ରେ ଗାୟତ୍ରୀ ମିଶନ ପରିବାର ପକ୍ଷରୁ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଥୂଲା। ଗାୟତ୍ରୀ ମିଶନ ର ବରିଷ୍ଟ କାର୍ଯ୍ୟକର୍ତା ମାନଙ୍କ ମଧ୍ୟରୁ କୃପାସିନ୍ଧୁ ଷଢଙ୍ଗୀ, ନରେନ୍ଦ୍ର ଆଚାର୍ଯ୍ୟ, ବିଜୟ କେତନ ଖଟୁଆ ଓ ଶଶାଙ୍କ ଶେଖର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ କାଞ୍ଚନ ବାଳା ଙ୍କ ସମାଜପ୍ରତି ସେବା, ତ୍ୟାଗ, ଆଦର୍ଶଗତ ଭାବନା ଉପରେ ଉଦବୋଧନ ଦେଇଥିଲେ | ସ୍ବର୍ଗତ କାଞ୍ଚନବାଳା ଅନେକ ବର୍ଷ ଧରି ଜଗତସିଂହପୁର ଜ଼ିଲ୍ଲା ଗାୟତ୍ରୀ ପରିବାରର ପ୍ରମୁଖ ଭୂମିକା ତୁଲାଉଥିଲେ। ରାଜ୍ୟ ର କୋଣ ଅନୁକୋଣ ରେ ଗାୟତ୍ରୀ ଧର୍ମ ର ପ୍ରଚାର ପ୍ରସାର ବି କରୁଥିଲେ। ସେ ଜଗତସିଂହପୁର ଜ଼ିଲ୍ଲା ର ନାରୀ ଜାଗରଣ ପ୍ରମୁଖ ଭାବେ କାର୍ଯ୍ୟ କରୁଥିଲେ। ଶାନ୍ତିକୁଞ୍ଜ ହରିଦ୍ୱାର ତରଫ ରୁ ଅନେକ ଥର ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାଞ୍ଚନବାଳା ଙ୍କ ବିୟୋଗ ରେ ଗାୟତ୍ରୀ ପରିବାର ଜଣେ ସତ୍ୟ, ନିଷ୍ଠାପର ବ୍ୟକ୍ତି ଙ୍କୁ ହରାଇଛି। ଙ୍କାଞ୍ଚନବାଳା ଙ୍କ ଚତୁର୍ଥଦିବସୀୟ ସ୍ମୁତି ଚାରଣ ସଭା ରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ କୁ ଜୟନ୍ତୀ ବେହେରା, ଜ୍ୟୋସ୍ନା ରାଣୀ ବେହେରା, ଜ୍ୟୋତ୍ରୀମୟୀ ବେହେରା, ସଂଗ୍ରାମ ବେହେରା, ସରିତା ବେହେରା, ଆୟୁସ୍ମାନ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
