ନୂତନ ବିଦ୍ୟାଳୟ ପ୍ରତିଷ୍ଠା ସହ ସଚେତନତା କାର୍ଯ୍ୟକ୍ରମ
କୁଲିଅଣା ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମପଞ୍ଚାୟତର ଆମ୍ଵପୁଞ୍ଜା ଗ୍ରାମରେ ଇଂ. ତା୦୨/୦୮/୨୦୨୬ରିଖ ରବିବାର ଦିନ ୨ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ମୁଣ୍ଡାରୀ ଭାଷାର ସାମାଜିକ ଓ ସାମ୍ବିଧାନିକ ସ୍ବୀକୃତି ହାସଲ କରିବା ସହ ଏହାର ଗୌରବ ଓ ସମ୍ମାନର ସୁରକ୍ଷା ନିମନ୍ତେ ମୁଣ୍ଡାରୀ ଭାଷା ସମନ୍ବୟ କମିଟି ପକ୍ଷରୁ ତୃଣମୂଳ ସ୍ତରରେ ଏକ ବ୍ୟାପକ ସଚେତନତା ଅଭିଯାନ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ମୁଣ୍ଡାରୀ ଭାଷାଭାଷୀ ଗ୍ରାମ ଗୁଡ଼ିକରେ ଜନସଚେତନତା ବୈଠକମାନ ଆୟୋଜନ କରାଯାଇ ମୁଣ୍ଡାରୀ ଭାଷା ଶିକ୍ଷାକେନ୍ଦ୍ର(ବିଦ୍ୟାଳୟ) ସ୍ଥାପନ କରାଯାଉଛି । ଏହି ବିଦ୍ୟାଳୟର ନାମ “ବୀର ବିର୍ସା ମୁଣ୍ଡା ଜୁମିଦ ମୁଣ୍ଡାରୀ ବିଦ୍ୟାଳୟ, ଆମ୍ଵପୁଞ୍ଜା” ଏବଂ ଶିକ୍ଷକ ଭାବେ ସତକୋଟି ଚାନ୍ଦ ସିଂଙ୍କୁ ସର୍ବସମ୍ମତିକ୍ରମେ ନିୟୋଜିତ କରାଗଲା। ଏହି ବିଦ୍ୟାଳୟ ଗୁଡ଼ିକରେ ପ୍ରତ୍ୟେକ ରବିବାର ଦିନ କୋମଳମତି ଶିଶୁ ଓ ଆଗ୍ରହୀ ଶିକ୍ଷାର୍ଥୀ ମାନଙ୍କୁ ସେମାନଙ୍କର ନିଜସ୍ୱ ଲିପି ମୁଣ୍ଡାରୀ ବାନୀ ମାଧ୍ୟମରେ ମାତୃଭାଷା ଶିକ୍ଷାଦାନ କରାଯାଉଛି। ଏହି ଗ୍ରାମରେ ଏକ ସାଙ୍ଗଠନିକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଣ୍ଡାରୀ ଭାଷା ସମନ୍ବୟ କମିଟିର କୁଳିଅଣା ବ୍ଲକ ଆବାହକ ସତ୍ୟବାନ ସିଂ ସଭାପତିତ୍ବ କରିଥିବା ବେଳେ, ସମନ୍ୱୟ କମିଟିର କେନ୍ଦ୍ରୀୟ ଆବାହକ ବିରବଲ ସିଂ, ସାଧାରଣ ସମ୍ପାଦକ ଇଂ.ସୁନାରାମ ସିଂ, ପର୍ଯ୍ୟବେକ୍ଷକ ରାମେଶ୍ବର ସିଂ, ବଡ଼ସାହି ବ୍ଲକ ଆବାହକ ବୈଦ୍ୟନାଥ ସିଂ, ସାରସକଣା ବ୍ଲକ ଆବାହକ କରମଚାନ୍ଦ ସିଂ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂ ଏବଂ ମୁଣ୍ଡା ସ୍ଵଶାସନ ଗୁଟୁଗାମର ସଭାପତି ମନୋରଞ୍ଜନ ସିଂ, ଚାନ୍ଦୁଆର ମୁଣ୍ଡାରୀ ବାନି ଶିକ୍ଷକ ବୁଧୁ ସିଂ, କଖାରୁଶୋଳର ମୁଣ୍ଡାରୀ ବାନି ଶିକ୍ଷକ ସୁବୋଧ ଚନ୍ଦ୍ର ସିଂ, କୁଆଁରଡିହି ମୁଣ୍ଡାରୀ ବାନି ଶିକ୍ଷକ ପଣ୍ଡିତ ସିଂ, ଚାନ୍ଦୁଆ ପିଏସ୍ ପ୍ରଦୀପ କୁମାର ସିଂ, ବୁଧୁରାମ ସିଂ, ଫୁଲମଣି ସିଂ, ଚାନ୍ଦୁଆ ହାତୁ ମୁଣ୍ଡା ରଙ୍ଗ ଲାଲ୍ ସିଂ, ଜୀତରାୟ ସିଂ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗଦେଇ ମୁଣ୍ଡାରୀ ଭାଷାର ସୁରକ୍ଷା ଓ ଏହାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ନେଇ ଦିଗଦର୍ଶନ ଦେଇଥିଲେ I ଉକ୍ତ ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ସର୍ବସମ୍ମତି କ୍ରମେ ଆମ୍ଵପୁଞ୍ଜା ଠାରେ ଏକ ନୂତନ ମୁଣ୍ଡାରୀ ଭାଷା ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସଂକଳ୍ପ ନିଆଯାଇଥିଲା ଏବଂ ଶେଷରେ ମୁଣ୍ଡା ଶାସନ ଗୁଟଗାମ ତରଫରୁ ମୁଣ୍ଡାରୀର ହାତୁ ମୁଣ୍ଡା, ପାଣ୍ଡେ, ଦେହୁରୀ, ଡାକୁଆ, ସମାଜସେବୀ, ମୁଣ୍ଡାରୀ ମାଦଳିଆ, ନୃତ୍ୟ-ଗୀତ କଳା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ସଭାଟିକୁ ଭଙ୍ଗ କରାଗଲା।
