ସାରସକଣାରେ କ୍ଲଷ୍ଟର ସ୍ତରୀୟ ବୈଠକ
___________________
ସାରସକଣା,(୨/୮/୨୬):(ନି.ପ୍ର):
ସାରସକଣା ବ୍ଲକ ଶିକ୍ଷା ଜିଲ୍ଲାର ସାରସକଣା କ୍ଲଷ୍ଟର(ଆଞ୍ଚଳିକ ସାଧନ କେନ୍ଦ୍ର) ର ମାସିକ ଏମ୍. ସି. ଏମ୍. ବୈଠକ ଆଜି ୧/୮ ତାରିଖ ଶନିବାର ସାରସକଣା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧନ କେନ୍ଦ୍ରର ସଂଯୋଜିକା ମିନତୀ ନାଏକଙ୍କ ଆବାହନରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସାଧୁ ମାହାଲି ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଶିକ୍ଷା ଶିକ୍ଷକ ପ୍ରଶିକ୍ଷିକା ( ଡାଏଟ୍) ର ରୂପାଲି ରଚ଼ନା ପାତ୍ର ମୁଖ୍ୟ ଭାବେ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଙ୍କ ମଧ୍ୟରେ ସାରସକଣା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମନ୍ତ କୁମାର ନାଏକ,ପଳାଶବଣି ସରକାରୀ ଏସ.ଏସ. ଡ଼ି. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ସାହୁ, ସାରସକଣା ମା ସୁଭଦ୍ରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ଘୋଷ ଓ ସାରସକଣା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଭକ୍ତ ବୈଠକରେ ସାରସକଣା କ୍ଲଷ୍ଟର ମଧ୍ୟରେ ଥିବା ଚାରି ଗୋଟି ପ୍ରାଥମିକ, ଦୁଇ ଗୋଟି ଉଚ୍ଚ ପ୍ରାଥମିକ ଓ ଦୁଇ ଗୋଟି ଉଚ୍ଚ ବିଦ୍ୟାଳୟର ମୋଟ ୮ ଜଣ ପ୍ରଧାନ ଶିକ୍ଷୟିତ୍ରୀ/ଶିକ୍ଷକ ଏବଂ ଆଠ ଗୋଟି ବିଦ୍ୟାଳୟର ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞିକ(ଏଫ୍.ଏଲ.ଏନ) ପ୍ରମୁଖ ଯୋଗ ଦେଇ ଆଜି କାର ମାସିକିଆ ବୈଠକର ମୁଖ୍ୟ କାର୍ଯ୍ୟବଳୀ “ଦଳଗତ ଉପସ୍ଥାପନା ଓ ଯୋଡ଼ିକାର୍ଯ୍ୟ” ଉପରେ ସବିଶେଷ ଆଲୋଚନାରେ ଭାଗ ନେଇଥିଲେ। ଏଥି ସହିତ ଉକ୍ତ କ୍ଲଷ୍ଟର ମଧ୍ୟରେ ଥିବା ଆଠ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଏଫ୍.ଏଲ.ଏନ. ମାନେ ବିଦ୍ୟାଳୟରେ ପ୍ରାଚୀର ପତ୍ରିକା ପରିଭ୍ରମଣ, ମୌଳିକ ଭାଷା ଜ୍ଞାନ ଏବଂ ସଂଖ୍ୟାଜ୍ଞାନ ର ଉଦ୍ଦେଶ୍ୟର ଗୁରୁତ୍ୱ ଉପରେ ଭାବକୁ ପରିପ୍ରକାଶ କରିବା,ମୌଖିକ ଭାଷା ବିକାଶର କୌଶଳ ଉପରେ ବିଦ୍ୟାର୍ଥୀଙ୍କୁ କିପରି ପ୍ରଶିକ୍ଷଣ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଶେଷରେ ସି.ଆର.ସି.ସି. ଧନ୍ୟବାଦ ଅର୍ପଣ କରିଥିଲେ । ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
