*ବର୍ଷାରେ ଧସିଲା ବିଜୁ ସେତୁ ଆପ୍ରୋଚରୋଡ*
*ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ*
ବନ୍ତ୍ର / ଆଗର ପଢ଼ା (ନିପ୍ର) ଭଦ୍ରକ ଜିଲ୍ଲା ଅଗରପଡ଼ା ମରେ ଲଘୁଚାପ ଜନିତ ବର୍ଷାରେ ଶାଳ ନ୍ଦୀ ନଦୀ ପଠା ଧସିଲା ଆଗରପଡ଼ା ନିକଟସ୍ଥ ଟିକିରା – ଶ୍ରୀରାମପୁର ବିଜୁ ସେତୁ ଆପ୍ରୋଚ ରୋଡ୍ I ଖବର ପାଇ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ସାଥିରେ ଜଳସମ୍ପଦ ବିଭାଗର ଉପବିଭାଗୀୟ ଅଧିକାରୀ ସମେତ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଯେନା , ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ଦାଶ, ସରପଞ୍ଚଙ୍କ ପ୍ରତିନିଧି ଦିପକ ମହାନ୍ତି,ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣ ଜନତାଙ୍କ ଜୀବନ ଜୀବିକା ସୁରକ୍ଷା କୁ ନଜରରେ ରଖି ତୁରନ୍ତ ପଦକ୍ଷେପ ନେବା ସହିତ ଏହାର ମରାମତି ଓ ସ୍ଥାୟୀ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ ।
