ବରିଷ୍ଠ କଳାକାର ସଂଘ ପକ୍ଷରୁ ବନ୍ଧୁତା ଦିବସ ପାଳିତ
ବ୍ରହ୍ମପୁର, ତା. ୦୨/୦୮ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଫୁଲଟା ନାରାୟଣୀ ମନ୍ଦିର ପରିସରରେ ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘ କୋଷାଧ୍ୟକ୍ଷ ତଥା ବରିଷ୍ଠ ଗ୍ରାମୀଣ ନାଟ୍ୟ ଗୁରୁ ଅଭିରାମ ରାଉଳଙ୍କ ୭୦ତମ ଜନ୍ମଦିନ ପାଳନ କରାଯାଇଥିଲା। ଓଡ଼ିଶା ନାଟକ ସମାରୋହ ସମିତି ସଭାପତି ଅନିଳ କୁମାର ପାତ୍ର, ଗଞ୍ଜାମ ଜିଲ୍ଲା କଳାକାର ସଂଘ ସଭାପତି ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ବକୃଷ୍ଠ ଶିକ୍ଷାବିତ୍ ମୃତ୍ୟୁଞ୍ଜୟ ତ୍ରିପାଠୀ, ନାଟ୍ୟ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଭାରତ ବର୍ଷରେ ଅଗଷ୍ଟ ମାସ ପ୍ରଥମ ରବିବାର ପାଳିତ ହେଉଥିବା ବନ୍ଧୁତ୍ୱ ଦିବସ ସମ୍ପର୍କରେ ସମ୍ୟକ ଆଲୋକପାତ ସହିତ ନାଟ୍ୟଗୁରୁ ଅଭିରାମ ରାଉଳଙ୍କ ନାଟ୍ୟ ଜୀବନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ସଂଘ ତରଫରୁ ଅଭିରାମ ବାବୁଙ୍କୁ ଜନ୍ମଦିନ ବଧେଇ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ହରିଶ୍ଚନ୍ଦ୍ର ବରଡ଼, ଚିତ୍ତ ରଂଜନ ଦଳେଇ, ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସହ ସମ୍ପାଦକ ବଳଦେବ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
