*ଲାଞ୍ଜି PHS ବିଦ୍ୟାଳୟ UGHSକୁ ଉନ୍ନୀତ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଦ୍ୱାରା ଉଦ୍ଘାଟନ*
ନୂଆପଡା(ମିଖାଏଲ ନନ୍ଦ)
ତା-୦୨/୦୭
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲାଞ୍ଜି ଗ୍ରାମର ପୂର୍ବତନ PHS (ପ୍ରାଥମିକ ଉଚ୍ଚ ବିଦ୍ୟାଳୟ) ବର୍ତ୍ତମାନ UGHS (ଉନ୍ନୀତ ଉଚ୍ଚ ବିଦ୍ୟାଳୟ) କୁ ଉନ୍ନୀତ ହୋଇଛି। ଏହି ନବଉନ୍ନୀତ ବିଦ୍ୟାଳୟର ଶୁଭ ଉଦ୍ଘାଟନ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଦ୍ୱାରା ସମ୍ପନ୍ନ ହୋଇଛି।
ଉଦ୍ଘାଟନ ଅବସରରେ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ, ଶିକ୍ଷାର ବିକାଶ ହିଁ ଅଞ୍ଚଳର ସର୍ବାଙ୍ଗୀଣ ଉନ୍ନତିର ମୂଳ ଆଧାର। ବିଦ୍ୟାଳୟକୁ UGHSରେ ଉନ୍ନୀତ କରାଯିବା ଫଳରେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ନିଜ ଅଞ୍ଚଳରେ ଉନ୍ନତ ଶିକ୍ଷା ପାଇବାର ସୁଯୋଗ ପାଇବେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ଏହି ଉନ୍ନତିକରଣକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି।
