ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠରେ ନୂତନ ପରିଚାଳନା କମିଟିକୁ ସ୍ୱାଗତ ସମ୍ବର୍ଦ୍ଧନ
ବେଲଗୁଣ୍ଠା, ୩୦/୦୭,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଘୁ.ନୁଆଗାଁ ସ୍ଥିତ ଡା ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠ ଠାରେ ନୂତନ ଭାବେ ଗଠିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସଭ୍ୟାମାନଙ୍କୁ ନେଇ ଏକ ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଯୁବ ସଂଗଠକ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଯୋଗଦେଇ ବିଦ୍ୟାଳୟରେ ସର୍ବାଙ୍ଗୀନ ଉନ୍ନତି ଓ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟର ଶତ ପ୍ରତିଶତ ଉପସ୍ଥାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପରିଚାଳନା କମିଟି ବିଦ୍ୟାଳୟର ସାମୁହିକ ବିକାଶରେ ପ୍ରତ୍ୟକ୍ଷ ଜଡ଼ିତ ରହିବା ପାଇଁ ବିଧାୟକ ଶ୍ରୀ ବିଷୋୟୀ ପରାମର୍ଶ ଦେଇଥିଲେ ।ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀ ଅଧ୍ୟକ୍ଷତା କରିଥିବା ବେଳେ ରାଘବ ଚନ୍ଦ୍ର ନାୟକ, ସରପଞ୍ଚ ଅଚ୍ୟୁତାନନ୍ଦ ସାହୁଙ୍କ ସମେତ ବିକ୍ରମାଦିତ୍ୟ ତ୍ରିପାଠୀ, ବିବେକାନନ୍ଦ ସାହୁ,ଟୁନା ସେଠୀ,ଦୀନବନ୍ଧୁ ସ୍ୱାଇଁ, ହୀରା ନାୟକ,ଭାଗ୍ୟଲତା ସେଠୀ, ରବୀନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଷ୍ଣୁ ପ୍ରସାଦ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଦୀପ୍ତ କୁମାର କର ଓ ସୁନନ୍ଦ କୁମାର ତ୍ରିପାଠୀ ସହଯୋଗ କରିଥିଲେ ।
ଫଟୋ
