
ଶଶୁର ଶୁଦ୍ଧି କ୍ରିୟା ପାଇଁ ଆସିଥିବା ଜ୍ୱାଇଁ କୁ ପିଟି ପିଟି ହତ୍ୟା।
ସୋର (ଭଞ୍ଜଦୂତ ନିପ୍ର): ଶ୍ୱଶୁର ଘରକୁ ଆସିଥିବା ଜ୍ୱାଇଁକୁ ଶ୍ୱଶୁର ଘର ଲୋକେ ପିଟିପିଟି ମାରିଦେଇଥିବା ଜଣାପଡିଛି। ମୃତ ଜ୍ୱାଇଁ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ସାବରଙ୍ଗ ଗ୍ରାମର ଭାଗବତ ମଳିକ। ଭାଗବତଙ୍କ ଶଶୁର ଗତ ତିନିଦିନ ତଳେ ମୃତ୍ୟୁ ବରଣ କରିଥବାରୁ ଭାଗବତ ଶଶୁର ଘରକୁ ଆସିଥିଲେ । ଗତକାଲି ରାତିରେ କୌଣସି କଥାରୁ ମୃତ ଶଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜା ସହ ଭାଗବତଙ୍କର ଝଗଡା ହୋଇଥିଲା। ପରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀ ଭାଗବତଙ୍କୁ ମାଡ ମାରିବା ସହ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। କୌଶଳ ବଶତଃ ଭାଗବତ ସେଠାରୁ ଖସି ପଳାଇ ଆସି ରାତି ସାରା ନଟାପଡା ନିକଟସ୍ଥ ଏକ ମନ୍ଦିର ବରଣ୍ଡାରେ ରାତି ସାରା ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ନେବା ସହ ସୋର ପୁଲିସକୁ ଖବର ଦେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହାର କିଛି ସମୟ ପରେ ଭାଗବତଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଭାଗବତଙ୍କ ପରିବାର ଲୋକେ ଡାକ୍ତର ଖାନା ପହଞ୍ଚି ନଥିବା ବେଳେ ଏନେଇ ଥାନାରେ କୈଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।