ଅଲିଭା ମହାସଂଘ ର ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିଦର୍ଶନ
ରରୁଆଁ /ବାରିପଦା -ତା ୩୦/୧୦
ଆଜି ତା ୩୦/୧୦/୨୦୨୬ ରିଖ ଶୁକ୍ରବାର ଦିନ,ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ରରୁଆଁ ବ୍ଲକ ତରଫରୁ ଅଲିଭା ମହାସଂଘ ର ସଦସ୍ୟା ଙ୍କ ଜିଲ୍ଲା କାର୍ଯ୍ୟାଳୟ ପରିଦର୍ଶନ କରାଯାଇଛି l କ୍ଷେତ୍ର ପ୍ରଶିକ୍ଷକ ଲଷ୍ମୀକାନ୍ତ ମହାନ୍ତ ଙ୍କ ନେତୃତ୍ୱ ରେ ଅଲିଭା ସଦସ୍ୟା ମାନେ ଜିଲ୍ଲା ର ବିଭିନ୍ନ କାର୍ଯ୍ୟାଳୟ, ଯଥା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ଜିଲ୍ଲା ପଞ୍ଚାୟତ ଙ୍କ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷlଙ୍କ କାର୍ଯ୍ୟାଳୟ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କାର୍ଯ୍ୟାଳୟଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଭେଟି ରରୁଆଁ ବ୍ଲକ ର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ l ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖ ବନ୍ଧୁ ନାୟକ ଙ୍କ ସହ ସାକ୍ଷାତ କରି ଅଲିଭା ମହାସଂଘ ଓ ହଙ୍ଗର ପ୍ରୋଜେକ୍ଟ ବାବଦରେ ଆଲୋଚନା ହୋଇ ଉପସ୍ଥାପିତ ହୋଇ ଥିବା ସମସ୍ୟା ଗୁଡିକ ଉପରେ ଆଲୋଚନା କରି ତାର କିପରି ସମାଧାନ କରାଯାଇପାରିବ ସେ ବାବଦରେ ଆଲୋଚନା ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ଜ଼ିଲ୍ଲା ପରିଷଦ ଅଧକ୍ଷl ସହ ଆଲୋଚନା କରି ଉକ୍ତ ସମସ୍ୟା ଗୁଡିକ କିପରି ସମାଧାନ ହୋଇ ପାରିବ ତାର ପଦକ୍ଷେପ ନେବେ ବୋଲି କହିଥିଲେ l ଅଲିଭା ସଦସ୍ୟା ଙ୍କ ମଧ୍ୟ ରେ ମେନକା ପିଙ୍ଗୁଆ, ଝୁନାରାଣୀ ପିଙ୍ଗୁଆ, ଶିବରାଣୀ ପାତ୍ର, ବିମଳl ବାରିକ, ଗୌରୀ ନାୟକ, ହେମଲତା ନାୟକ, ଚlନ୍ଦମଣୀ ପିଙ୍ଗୁଆ,ପିଙ୍କି ପାତ୍ର, ବସୁନ୍ଧରୀ ମହାନ୍ତ ଓ ଉର୍ମିଳା ନାୟକ ପ୍ରମୁଖ ଉକ୍ତ ପରିଦର୍ଶନ ରେ ସାମିଲ ଥିଲେ
