*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଘରଧାରା ଉପର ପଡ଼ା ରେ ଜଳ ବନ୍ଦୀ ରହୁଥିବା ୭ ପରିବାର ର ୩୭ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା, ଦମକଳ ବାହିନୀ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପରେ ଘରାଧରା ଉ ପ୍ରା ବିଦ୍ୟାଳୟ ରେ ବନ୍ୟା ରହିବା ବ୍ୟବସ୍ଥା*
ନୂଆପଡା (ମିଖାଏଲ ନନ୍ଦ)
ତା:୨୯.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଘରଧାରା ଉପର ପଡ଼ା ରେ ଜଳ ବନ୍ଦୀ ରହୁଥିବା ୭ ପରିବାର ର ୩୭ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା, ଦମକଳ ବାହିନୀ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପରେ ଘରାଧରା ଉ ପ୍ରା ବିଦ୍ୟାଳୟ ରେ ବନ୍ୟା ରହିବା ବ୍ୟବସ୍ଥା କରାଯାଇଅଛି। ଘଟଣା ସ୍ଥଳ ରେ ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ଅତିରିକ୍ତ ତହସିଲଦାର ଖଡ଼ିଆଳ, ରାଜସ୍ୱ ସୂପରଭଇଜର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତେ ଉଦ୍ଧାର ପରେ ସୁରକ୍ଷିତ ସ୍ଥାନ ରେ ବନ୍ୟା ବିପନ୍ନ ଅଞ୍ଚଳ ବାସୀଙ୍କୁ ରଖାଯାଇଅଛି। ସେମାନଙ୍କ ରନ୍ଧା ଖାଦ୍ୟ ପ୍ରଦାନ କରୁଛନ୍ତି। ଗ୍ରାମବାସୀମାନେ ଦମକଳ ବାହିନୀ ଙ୍କ ବୋଟ ମେସିନ୍ କାର୍ଯ୍ୟ କ୍ଷମ ହୋଇନଥିବା ବେଳେ ଲୋଙ୍କଙ୍କୁ ଉଦ୍ଧାର କରିବା ପ୍ରାଥମିକତା ଭାବି କାତ ମାରି ମାରି ଜଳବନ୍ଦୀ ଙ୍କୁ ଉଦ୍ଧାର କରିଛନ୍ତି।
