ବାଗୁଡ଼ି ନବୋଦୟ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର)- ସୋର ବ୍ଳକ ମହୁମୁହାଣ ପଞ୍ଚାୟତ ବାଗୁଡ଼ି ନବୋଦୟ ବିଦ୍ୟାଳୟର ପ୍ରାର୍ଥନା କକ୍ଷରେ ଏକ ବୃହତ୍ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ବିଦ୍ୟାଧର ସାହୁ ଉଦ୍ଘାଟନ କରିଥିଲେ ଏବଂ ଏଥିରେ ସହଯୋଗ କରିଥିଲେ ପୁରାତନ ଛାତ୍ର ପରିଷଦର ଅଧ୍ୟକ୍ଷ ଡ. ଅରୁଣ କୁମାର ମଲ୍ଲିକ, ପରିଷଦର ସାଧାରଣ ସଂପାଦକ ସୁଶାନ୍ତ ମଣ୍ଡଳ, ଉପାଧ୍ୟକ୍ଷ ଦୀପକ କୁମାର ଗିରି, ସହ ସଂପାଦକ ତପନ କୁମାର ଜେନା ଓ ସ୍ୱାସ୍ଥ୍ୟ ସେବକ ରଂଜନ ମହନ୍ତ । ଏହି ଶିବିରରେ ପାଞ୍ଚ ଶହରୁ ଅଧିକ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ନିଃସ୍ୱଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପୁରାତନ ଛାତ୍ର ଡା. ଗୌରାଙ୍ଗ ସିଂହ (ନିସ୍ତେଜକ ) ଡା. ଅଶ୍ରୁମୋଚନ ସାହୁ (ମାନସିକ ରୋଗ) , ଡା. ରେଣୁ ଶ୍ରୀ ରାଉତ, ଡା. ଦେବାଶିଷ ଜେନା, ଡା. ରାକେଶ କୁମାର ପାଣିଗ୍ରାହୀ, ଡା. ପାର୍ଥସାରଥି ମିଶ୍ର, ଡା. ଲର୍ଡ ବିକ୍ରମଜିତ ରାଉତରାୟ , ଡା. ସୁନୀଲ କୁମାର ଜେନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସ୍ୱାସ୍ଥ୍ୟ ସେବିକା ନୀଳିମା ବନସୁଦ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମାନସିକ ବିଶେଷଜ୍ଞ ଡା. ସାହୁ ଅଂଶ ଗ୍ରହଣ କରି ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିଭିନ୍ନ ବିଷାଦ ଭାବନା ଓ ତାର ନିରାକରଣ ସଂପର୍କରେ ଉଚିତ ପରାମର୍ଶ ଦେଇଥିଲେ। ଏହି ଶିବିରରେ କାର୍ଯ୍ୟାଳୟ ମୁଖ୍ୟ କରଣ ଟୁଡୁ , ଅଧ୍ୟାପକ ଧର୍ମପଦ ବିଶ୍ୱାଳ, ପରାମର୍ଶଦାତ୍ରୀ ଶୁଭଶ୍ରୀ ହୋତା ସହାୟତା କରିଥିଲେ ।
