ପବିତ୍ର ବାହୁଡ଼ା ରଥଯାତ୍ରା ଅବସରରେ ଲାୟନ୍ସ କ୍ଲବ୍ ବେଦବ୍ୟାସ ପକ୍ଷରୁ ଖେଚୁଡ଼ି ବଣ୍ଟନ
(ରମେଶ ଅଗ୍ରୱାଲ.:ନିପ୍ର)
ରାଉରକେଲା, ପବିତ୍ର ବାହୁଡ଼ା ରଥଯାତ୍ରା ଅବସରରେ ଲାୟନ୍ସ କ୍ଲବ୍ ଅଫ୍ ରାଉରକେଲା ବେଦବ୍ୟାସ ପକ୍ଷରୁ ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ ଖେଚୁଡ଼ି ବଣ୍ଟନ କରାଯାଇଥିଲା। ପ୍ରାୟ ୧୫୦୦ ଜଣଙ୍କୁ ପ୍ରସାଦ ଭାବେ ଖେଚୁଡ଼ି ବିତରଣ କରାଯାଇଥିଲା।
ଏହି ସେବା କାର୍ଯ୍ୟକ୍ରମ ଲାୟନ୍ ଅଧ୍ୟକ୍ଷ ମନୋଜ ଅଗ୍ରୱାଲଙ୍କ ନେତୃତ୍ୱରେ ଏବଂ କାର୍ଯ୍ୟକ୍ରମ ସଂଯୋଜକ ଲାୟନ୍ ପ୍ରଦୀପ ବଂସଲଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ସଚିବ ଲାୟନ୍ ହିତେଶ ବୋଥରା, କୋଷାଧ୍ୟକ୍ଷ ଲାୟନ୍ କିଶନ ଅଗ୍ରୱାଲ, ଦ୍ୱିତୀୟ ଉପାଧ୍ୟକ୍ଷ ଲାୟନ୍ ସୂରଜ ବାପୋଡ଼ିଆ, ଲାୟନ୍ ସନ୍ଦୀପ ଅଗ୍ରୱାଲ, ଲାୟନ୍ କୃଷ୍ଣ ଆର୍ୟ, ଲାୟନ୍ ରୋହିତ, ଲାୟନ୍ ଅଙ୍କିତ, ଲାୟନ୍ ମନୀଷ, ଲାୟନ୍ ପ୍ରଭାକର, ଲାୟନ୍ ଆନନ୍ଦ, ଲାୟନ୍ ତରୁଣ, ଲାୟନ୍ କୃଷଭ, ଲାୟନ୍ ଗୌରବ, ଲାୟନ୍ ନାରାୟଣ ମାହେଶ୍ୱରୀ, ଲାୟନ୍ ବିକାଶ, ଲାୟନ୍ ଅରବିନ୍ଦ, ଲାୟନ୍ ଶଶି, ଲାୟନ୍ ପ୍ରୀତି, ଲାୟନ୍ ସଙ୍ଗୀତା, ଲାୟନ୍ ରଚନା, ଲାୟନ୍ ସ୍ନେହା, ଲାୟନ୍ ନୀଲମ, ଲାୟନ୍ ମୀନାକ୍ଷୀ, ଲାୟନ୍ ଋତୁ ପ୍ରମୁଖ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଲିଓ କ୍ଲବ୍ ଅଧ୍ୟକ୍ଷ ରାଧେ ଗର୍ଗ ଓ ତାଙ୍କ ଦଳ ମଧ୍ୟ ସେବା କାର୍ଯ୍ୟରେ ସହଯୋଗ କରିଥିଲେ।
