*ବାଲିଘର ପକ୍ଷରୁ ଜଗନ୍ନାଥ ବେହେରାଙ୍କ ଜୟନ୍ତୀ ପାଳିତ।*
ଜଗତସିଂହପୁର ଜିଲ୍ଲାର ପୁରାତନ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ତଥା ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ବର୍ଷୀୟାନ ପାଲାଗାୟକ ଗାୟକଶେଖର ଜଗନ୍ନାଥ ବେହେରାଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ଏରସମା ବ୍ଲକ୍ କଟିଜଙ୍ଗା ଗ୍ରାମ ସ୍ଥିତ ଶ୍ରୀ ବେହେରାଙ୍କ ବାସ ଭବନ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇ ଯାଇଛି। ବାଲିଘର ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଓ ବରିଷ୍ଠ ଆଇନଜୀବୀ ବୀର ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପାଲାଗାୟକ ଗାୟକବାଗ୍ମୀ ନାରାୟଣ ମହାରଣା,ଅନ୍ୟତମ ଅତିଥି ଆଇନା ପତ୍ରିକାର ସଂପାଦକ କ୍ଷେତ୍ରବାସୀ ସାହୁ,ବରିଷ୍ଠ ସାହିତ୍ୟିକ ବିଜୟ କୁମାର ଖଟେଇ, ଗଙ୍ଗୋତ୍ରୀର ସଂପାଦକ କୈଳାସ ଚନ୍ଦ୍ର ପ୍ରଧାନ, କମ୍ରେଡ ଶଶୀଭୂଷଣ ସ୍ୱାଇଁ, ସ୍ଥାନୀୟ ସରପଂଚ ସଂସୟ କୁମାର ସ୍ୱାଇଁ,ସମାଜସେବୀ ଧ୍ୱଜରାଜ ଖଣ୍ଡୁଆଳ,କବି ନବୀନ କୁମାର ପ୍ରଧାନ, ଯୁବନେତା ପ୍ରସନ୍ନ କୁଅଁର, ଗୀତାରାଣୀ ସାହୁ, ନମିତା ସାହୁ, ସତ୍ୟବ୍ରତ ମହାପାତ୍ର, ସାମ୍ବାଦିକ ଦୀପ୍ତି ଖଣ୍ଡୁଆଳ,ତନ୍ମୟ ସେଠୀ ପ୍ରମୁଖ ଯୋଗ ଦେଇ ” ପାଲା ସାହିତ୍ୟକୁ ଜଗନ୍ନାଥ ବେହେରାଙ୍କ ଅବଦାନ” ଶୀର୍ଷକ ଆଲୋଚନା ଚକ୍ରରେ
ଅଂଶ ଗ୍ରହଣ କରି ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ବେହେରାଙ୍କୁ ବାଲିଘର ଫାଉଣ୍ଡେସନ ପକ୍ଷରୁ ଅଙ୍ଗବସ୍ତ୍ର ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିସହ ବହୁ ଅନୁଷ୍ଠାନ ଓ ବ୍ୟକ୍ତିଗତ ଭାବେ ମଧ୍ୟ ସମ୍ମାନିତ କରିଥିଲେ।ପାଲାଗାୟୀକା ଲକ୍ଷ୍ମୀପ୍ରିୟା ଦାଶଙ୍କୁ ଏହି ଉତ୍ସବରେ ମାନପତ୍ର, ପୁଷ୍ପଗୁଚ୍ଛ ସହ ସମ୍ମାନ ସୂଚକ ଜଗନ୍ନାଥ ବେହେରା ଗାୟକ ସମ୍ମାନ ପ୍ରଦାନ କରାଯାଇଥିଲା।ଶେଷରେ ଶିକ୍ଷାବିତ୍ ସବିତା ବେହେରା କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
