“ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ”
📍ସ୍ଥାନ: ଅନୁଗୋଳ
🎙️ ଭଏସ୍ ଓଭର୍:
ଆଜି ସନ୍ଧ୍ୟାରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହ ଆୟୋଜିତ ହୋଇଥିଲା।
ସ୍ଥାନୀୟ କଂଗ୍ରେସ ଭବନରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମହାତ୍ମା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସ୍ଳୋଗାନ ଦିଆଯାଇଥିଲା।
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମହମବତୀ ପ୍ରଜ୍ୱଳନ କରାଯିବା ସହ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ପରୀକ୍ଷା ପରିଚାଳନାରେ ସୁଧାର ଆଣିବା, ଜନ୍ତରମନ୍ତରରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମା ପ୍ରାର୍ଥନା କରିବା ଏବଂ ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ ପଦକ୍ଷେପ ନ ନେବାକୁ ଦାବି କରାଯାଇଥିଲା।
ସେହିପରି ଓଡ଼ିଶାର ପାଠ୍ୟପୁସ୍ତକରେ ୨୨୦୦ରୁ ଅଧିକ ତ୍ରୁଟି ଥିବା ଅଭିଯୋଗକୁ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ମଧ୍ୟ କରାଯାଇଥିଲା।
ଏହି ମହମବତୀ ପଦଯାତ୍ରା ଓ ସତ୍ୟାଗ୍ରହରେ ତପନ ପ୍ରଧାନ, ନୀଳକଣ୍ଠ ନାଏକ, ଚିତ୍ତରଞ୍ଜନ ନାଏକ, ଗୋପାଳ ଚନ୍ଦ୍ର ନାଥ, ବଲବୀର ସିଂହ, ବିନୋଦ ମାଝୀ, ରାକେଶ ମିଶ୍ର, ପ୍ରଦ୍ୟୁମ୍ନ ସାହୁ, ଅରୂପ ସାମଲ, ଅଶୋକ ନାଏକ, ମାନିନୀ ପ୍ରଧାନ, ସୁଦୀପ ମିଶ୍ର, ପ୍ରଶାନ୍ତ ବିଶ୍ୱାଳ, ସଂଗ୍ରାମ ବେହେରା, ସୌମ୍ୟରଞ୍ଜନ ଦାସ ଏବଂ ରାକେଶ ରୋହନ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ଅନୁଗୋଳ ଜିଲ୍ଲ ତାଳଚେର ବ୍ଲକ ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
