*ବିଧାରପୁର ସରପଞ୍ଚ ଓ ପକୃତିର ମିତ୍ର ହରିହର ସାହୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଚାରା ରୋପଣ କଲେ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା 27.7.2026
ଢେଙ୍କାନାଳ ଜିଲ୍ଲା ର ବିଶିଷ୍ଟ ପରିବେଶବିତ୍ ତଥା ଶିକ୍ଷାବିତ୍ ହରିହର ସାହୁ ଗଁଦିଆ ବ୍ଳକ ର ଡକ୍ଟର ସମୀର କୁମାର ସାହୁ ଙ୍କ ଦ୍ଵାରା ପ୍ରତିଷ୍ଠିତ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ବିଦ୍ୟାଳୟ ର ଗ୍ରନ୍ଥଗାରିକ ଅମର କୁମାର ପ୍ରଧାନ , କାର୍ଯ୍ୟାଳୟ ସହାୟକ ବିଶ୍ବଭୂଷଣ ମହାନ୍ତି ଙ୍କ ଉପସ୍ଥିତି ରେ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ବିଦ୍ୟାଧରପୁର ର ପ୍ରଧାନ ଶିକ୍ଷକ ଅଶୋକ କୁମାର ବେହେରା ଙ୍କ ଉପସ୍ଥିତି ରେ ନିଜ ବଗିଚାରେ ପ୍ରସ୍ତୁତ ଫଳ ଚାରା ରୋପଣ କରିଛନ୍ତି। ଏଥି ସହିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବିଧାରପୁର ରେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଜୟ କୁମାର ମହାନ୍ତି, ବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ଅମର କୁମାର ପ୍ରଧାନ , ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥିତି ରେ ନିଜ ବଗିଚାରେ ପ୍ରସ୍ତୁତ ଫଳ ଚାରା ରୋପଣ କରିଛନ୍ତି। ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଅଜୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଚାରା ରୋପଣ କରି ନିଜକୁ ଧନ୍ୟ ମନେ କରିଛନ୍ତି। ପରିବେଶବିତ୍ ଶ୍ରୀ ସାହୁ ଚାରା ରୋପଣ ମହତ୍ କାର୍ଯ୍ୟ ହୋଇଥିବାରୁ ସମସ୍ତେ ଯଥା ସମ୍ଭବ ଚାରା ରୋପଣ କରିବା ପାଇଁ ନିବେଦନ କରିଛନ୍ତି।
