
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ସାଜନପୁର ବିଜେଡି ତରଫରୁ ଶିରାପୁର ଦାଣ୍ଡ ଖେଳାଇ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ ପ୍ରଦାନ ସହ ପୂଜା କରାଯାଇଛି।
ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ମୁମ୍ବାଇ ର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଦୃତ ଆରୋଗ୍ୟ କାମନା କରିଛନ୍ତି ବରିଷ୍ଠ ବିଜେଡି ନେତା। ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତିଙ୍କ ସହ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ତଥା ବଭିନ୍ନ ୱାର୍ଡ ସଭ୍ୟ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।