ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ) : ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ପରିବେଶ ସନ୍ତୁଳନ ଅସମ୍ଭବ। ବର୍ତ୍ତମାନ ସମୟରେ ସାରା ପୃଥିବୀର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି କିମ୍ବା ଉକ୍ତ ତାପମାତ୍ରା ଉପରେ,ଏଥିପାଇଁ ସାରା ଜୀବ ଜଗତ ତ୍ରାହି ତ୍ରାହି ଡାକୁଛନ୍ତି। ଏହି ବିପଦରୁ ରକ୍ଷା ପାଇବା ପାଇଁ ବୃକ୍ଷ ହିଁ ଆମ ମାନଙ୍କର ଏକ ମାତ୍ର ବିକଳ୍ପ ଓ ବୃକ୍ଷରୋପଣ ମାଧ୍ୟମରେ ଏହା ହିଁ କେବଳ ସମ୍ଭବ। ଏହି ପ୍ରକାର ଚିନ୍ତାଧାରାକୁ ନେଇ ସୋରର ଅଗ୍ରଣୀ ସାମାଜିକ ସ୍ବେଛାସେବୀ ସେବା ସଂଗଠନ ଆଦର୍ଶ ଯୁବ ପରିଷଦ ନିଜ ସାମାଜିକ କର୍ତ୍ତବ୍ୟବୋଧତା ପରିପ୍ରେକ୍ଷୀରେ ଚଳିତ ବର୍ଷର ବୃକ୍ଷରୋପଣ କାର୍ଯ୍ୟକ୍ରମ”ସବୁଜ ସୋର ସବୁଜ ଓଡ଼ିଶା” ନାମକ ସ୍ଲୋଗାନ ସୋର ବ୍ଲକ ସରଶଙ୍ଖ ଗ୍ରାମର ଯୁଗେଶ୍ବରୀ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ କରିଛି। ଏହି ଅନୁସାରେ ପରିଷଦ ତରଫରୁ ବେଲ,କୃଷ୍ଣ ଚୁଡା,ରାଧା ଚୁଡ଼ା,ବଉଳ,ଫୁଲ ପ୍ରଜାତିର ୩୦ରୁ ଉର୍ଦ୍ଧ୍ୱ ଗଛ ଚାରା ଉକ୍ତ ମନ୍ଦିର ପ୍ରାଙ୍ଗଣରେ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦର ବରିଷ୍ଠ ସଦସ୍ୟ ତଥା ମୁଖ୍ୟ ପରାମର୍ଶଦାତା ପତ୍ରି ସାରଙ୍କ ଦିଗଦର୍ଶନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
