*ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଯୁବ ନେତା ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ଏବଂ ୮ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ବିଜେପି ରେ ଯୋଗଦାନ ନେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା, ମୋଦି ସରକାରଙ୍କ ୨୦୪୭ ବିକଶିତ ଭାରତ ଲକ୍ଷ କୁ ଅନୁପ୍ରାଣିତ ହୋଇ ଯୋଗଦାନ*
ନୂଆପଡା(ମିଖାଏଲ ନନ୍ଦ) ତା:୨୨.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ଅଗ୍ରେଶନ ଧର୍ମଶାଲା ପରିସର ମଧ୍ୟରେ ଭାରତୀୟ ଜନତା ପାର୍ଟି ପକ୍ଷ ରୁ ଯୁବ ନେତା ଖଡ଼ିଆଳ ନଗରପାଳ ଉଜ୍ଜଳ ଗୁପ୍ତା ଏବଂ ୮ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ବିଜେପି ରେ ଯୋଗଦାନ ନେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭା ରେ ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିଲେ। ନଗରପାଳ ଉଜ୍ଜଳ ଗୁପ୍ତା ଦଳରେ ଯୋଗଦାନ କେବଳ ବିକାଶ ଏବଂ ସାଙ୍ଗଠନିକ ମଜଭୁତ୍ କରିବା ସହ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଦ ପଦବୀରେ ଦଳୀୟ ପ୍ରତିନିଧି ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ ପାଇଁ କାମ କରିବାକୁ ଆହ୍ୱାନ କରିଥିଲେ। ଦଳୀୟ ସଙ୍ଗଠନ କୁ ମଜଭୁତ୍ କରିବା ସହ ମୋଦି ସରକାରଙ୍କ ୨୦୪୭ ବିକଶିତ ଭାରତ ଲକ୍ଷ କୁ ଅନୁପ୍ରାଣିତ ହୋଇ ଯୋଗଦାନ କରିଥିବା ସାମ୍ବାଦିକଙ୍କ ପ୍ରକାଶ କରିଛନ୍ତି। ସଭାରେ ସାଧାରଣ ସମ୍ପାଦକ ତୁଳସ ପଟେଲ,ପରିଚାଳନା କରିଥିବା ବେଳେ ଯୁବ ନେତା ଅଭିନନ୍ଦନ ପଣ୍ଡା, ଜିଲ୍ଲା ଯୁବ ସଭାପତି ଜ୍ଞାନ କୁମାର ମେଘ, ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଠାକୁର, ଜିଲ୍ଲା ଉନ୍ନୟନ ପରିଷଦ ଉପାଧ୍ୟକ୍ଷ ବେଲମତି ମାଝୀ, ଅଜିତ୍ କିଶୋର ଚଲାନ, ପୁଷ୍ପାଞ୍ଜଳୀ ପାଣ୍ଡେ, ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ଦେବ ଦେବ ସିଂ ଦେଓ, ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ପ୍ରତ୍ୟେକ ମଣ୍ଡଲ ସଭାପତି, କର୍ମକର୍ତ୍ତା ମାନେ ଯୋଗ ଦେଇ ନିର୍ବାଚନ ମଣ୍ଡଳୀ ରେ ଦଳୀୟ କାର୍ଯ୍ୟ କୁ ଗୁରୁତ୍ବ ଦେବେ ବୋଲି ପ୍ରକାଶ କରିଥିଲେ।
