ଆଳମଙ୍ଗା ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପରିଚାଳନା କମିଟି ଗଠନ ବିଜୟ କୁମାର ବେଜ ସଭାପତି ଚୟନ।
ବନ୍ତ : (ନିପ୍ର) ବନ୍ତ ବ୍ଲକ ଅନ୍ତର୍ଗତ ଆଳମଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ଓ ସଭାପତି, ଉପସଭାନେତ୍ରୀ ଚୟନ ନିମନ୍ତେ ଏକ ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟମଣି ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ବରହମପୁର ସ୍ଥିତ ବିପି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆନନ୍ଦ କୁମାର ରାଉତ ଓ ଖଗେଶ୍ୱର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଗିରିଜା ଶଙ୍କର ଲେଙ୍କା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ କମିଟି ଗଠନ ପ୍ରକ୍ରିୟା ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ।ସର୍ବସମ୍ମତି କ୍ରମେ ନୂତନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଜୟ କୁମାର ବେଜ ଓ ପ୍ରଭାତୀ ପ୍ରଧାନଙ୍କୁ ଉପସଭାନେତ୍ରୀ ଭାବେ ମନୋନୀତ କରାଯାଇଛି।ଗୀତାଞ୍ଜଳି ବେଜ ,ରୀନୁପମା ଜେନା,ସାଗରିକା ମହାପାତ୍ର, ସଞ୍ଜୁଲତା ଲେଙ୍କା,ବବିତା ନାୟକ,ସସ୍ମିତା ସେଠୀ,ଭଗବାନ ହେମ୍ବ୍ରମ,ସୁଦର୍ଶନ ଜେନା,ସୁକୁମାର ଜେନାଙ୍କୁ କମିଟିର ସଭ୍ୟ ଓ ସଭ୍ୟା ଚୟନ କରାଯାଇଥିଲା।ଏହି ଚୟନ ପ୍ରକ୍ରିୟାରେ ଅଙ୍ଗନବାଡ଼ି କର୍ମୀ କୁସୁମ ଜେନା, ୱାର୍ଡ ସଭ୍ୟା ଲକ୍ଷ୍ମୀ ହେମ୍ବ୍ରମଙ୍କ ସମେତ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଜ୍ଞା ସ୍ମିତା ବାରିକ, ଯମୁନା ହାଁସଦା , ଶିକ୍ଷକ ଶ୍ୟାମ ସୁନ୍ଦର ଗିରି, ଶ୍ରୀରାମ ରଘୁ,ପ୍ରକାଶ ଚନ୍ଦ୍ର ଜେନା, ଶୀର୍ଷାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ସ୍ଥାନୀୟ ଗ୍ରାମବାସୀ ଙ୍କ ସମେତ ସମସ୍ତ ଅଭିଭାବକ ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ନବଗଠିତ ସଭାପତି, ଉପସଭାନେତ୍ରୀ ଓ କମିଟିର କର୍ମକର୍ତ୍ତାଙ୍କୁ ବିଦ୍ୟାଳୟ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା। ପରିଚାଳନା କମିଟି ଗଠନ ଓ କାର୍ଯ୍ୟପ୍ରଣାଳୀ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ହୋଇଥାଏ ବୋଲି ପ୍ରଧାନଶିକ୍ଷକ ସୂର୍ଯ୍ୟମଣୀ ପାତ୍ର ମତବ୍ୟକ୍ତ କରିଥିଲେ।
