*ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକଙ୍କ ବିୟୋଗରେ ଶୋକସଭା*
___________________
ସାରସକଣା(୨୧/୦୭/୨୬):(ନି.ପ୍ର) : ଝାରପୋଖରୀଆ ସ୍ଥିତ ସାଇନିଙ୍ଗ ଟ୍ୟୁଟୋରିଆଲ ପ୍ରାଙ୍ଗଣରେ ଆମ ଏ ଅଞ୍ଚଳର ସୁପ୍ରସିଦ୍ଧ ତଥା କଳାବାଡିଆସ୍ଥିତ ହରପ୍ରଭା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ବରିଷ୍ଠ ଅଧ୍ୟାପକ ସ୍ଵରୂପ ଚନ୍ଦ୍ର ବେହେରାଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଚେୟାରମ୍ଯାନ ସୁମିତ କୁମାର ସାଉଙ୍କ ତତ୍ତ୍ଵାବଧାନରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଗଣଙ୍କ ଉପସ୍ଥିତିରେ ଦିବଂଗତଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଛାତ୍ରଛାତ୍ରୀ ଓ ସମସ୍ତ କର୍ମଚାରୀମାନଙ୍କ ଦ୍ଵାରା ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା l ସୂଚନା ଯୋଗ୍ୟ ଯେ ସେ ଏ ଅଞ୍ଚଳର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ l ତାଙ୍କ ବିୟୋଗରେ ଝାରପୋଖରୀଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
