ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ କିସମର ବୃକ୍ଷ ରୋପଣ କରି ଝିଅର ଜନ୍ମଦିନ ପାଳିଲେ ସାହାଣି ପରିବାର,
ବେଲଗୁଣ୍ଠା, ୨୦/୦୭, -(ଶିବରାମ ଚୌଧୁରୀ )-ମା ବୁଢାକେନ୍ଦୁ ପିଠରେ ଝିଅ ଅଦିତି ର ପ୍ରଥମ ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରି ସାହାଣୀ ପରିବାର ଓ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୂଲ୍ୟରେ ୪୦ ରୁ ଉର୍ଦ୍ଧ ବିଭିନ୍ନ କିସମର ଔଷଧୀୟ ବୃକ୍ଷ ମା ବୁଢାକେନ୍ଦୁଙ୍କ ପିଠରେ ରୋପଣ କରାଯାଇଥିଲା l ପ୍ରଥମେ ଅଦିତି କୁ ଧରି ତାର ବାପା ବିଶ୍ବଜିତ ସାହାଣୀ ଓ ମା ଭୂମିକା ସାହାଣୀ ଏକ ଅଁଳl ଗଛକୁ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ ଗୋବରା ୟୁନିୟନ ବ୍ୟାଙ୍କ ମ୍ୟାନେଜର ଅଭିଷେକ କୁମାର, ଗୋବରା ପୁର୍ବତନ ସରପଞ୍ଚ ଗୋଲାପ ଜେନା, କାଉନ ସିଲର ତଥା ପରିବେଷବିତ ଦିବ୍ୟରଞ୍ଜନ ଦାଶ, ଯୋଗଦେଇ ଝିଅର ଜନ୍ମଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରି ବୃକ୍ଷରୋପଣ ଭଳି ଏକ ମହତ କାଯ୍ୟକ୍ରମ କରିଥିବାରୁ ସମ୍ବାଦ ସାହିତ୍ୟ ଘର ଓ ସାହାଣୀ ପରିବାର କୁ ପ୍ରଶଂସା କରିଥିଲେ l ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ତଥା ସାହିତ୍ୟ ଘର ସାଙ୍ଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋବରା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ବିଭୂପାଦ ଜେନା, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘରର ଉପସଭାପତି ସୂର୍ଯ୍ୟନାରାୟଣ ତ୍ରିପାଠୀ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘରର ସଂଯୋଜକ ଶିବରାମ ଚୌଧୁରୀ ଝାଡ଼ବନ୍ଦ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ସନ୍ତୋଷ କୁମାର ବିଶୋଇ, ପରିବେଶବିତ ପ୍ରତାପ ସାହାଣୀ ଅବସରପ୍ରାପ୍ତ କୃଷି ଅଧିକାରୀ ପ୍ରଦୀପ କୁମାର ସାହାଣୀ ତାଙ୍କ ସହଧର୍ମିଣୀ ସଂଯୁକ୍ତା ସାହାଣୀ ଅଦିତ ପରିବାର ତରଫରୁ ବାପା ବିଶ୍ଵଜିତ ସାହାଣୀ ମା ଭୂମିକା ସାହାଣୀ ବଡବାପା ସତ୍ୟଜିତ ସାହାଣୀ ବଡମା ଗୌରୀ ସାହାଣୀ ଙ୍କ ସମେତ ସ୍ଵଚ୍ଛସେବୀ ପ୍ରଶାନ୍ତ ସାହାଣୀ, ଯୁବ ସମାଜସେବୀ ଆଲୋକ ସାହାଣୀ, ଯୁବ ସାମ୍ବାଦିକ ନାରାୟଣ ପଣ୍ଡା ଅଧ୍ୟାପକ ସଞ୍ଜୟ ସିଅ ଓ ଶରୋଜ ସିଅ, ସୁରେଶ ଲେଙ୍କା ଶିଶୁ ପରିବେଶବିତ ବିଦ୍ଵାନ ପାତ୍ର ଶ୍ରୀହାନ ସାହାଣୀ ସବିତା ସିଅ ତପସ୍ଵିନୀ ଶିଓ ଓ ଗୋପାଳ ରାଉତଙ୍କ ସହ ସାହିଲ, ସୁମିତ, ସୁଜିତ ଓ ସ୍ନେହା ଙ୍କ ସମେତ ସାହିତ୍ୟ ଘରର ବହୁ ସଦସ୍ୟ ଉପସ୍ଥିତ ଥିଲେ l ଶେଷରେ ଅଦିତ୍ କେକ କାଟିଥିଲେ l
