ସ୍ଵାମୀ ଅରୁପାନନନ୍ଦ ଡିଗ୍ରୀ କଲେଜ ଅଧ୍ୟକ୍ଷ ନିଲମ୍ବିତ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ସ୍ଵାମୀ ଅରୁପାନନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି। କଲେଜ ଅଧ୍ୟକ୍ଷ ନିଜର ସହକର୍ମୀ ଅଧ୍ୟାପିକା,ଅଧ୍ୟାପକ ଓ କଲେଜ ଶିକ୍ଷାକର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ,ହଇରାଣ ହରକତ କରିବା ଏବଂ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗରେ ଜଗତସିଂହପୁର ଉପ-ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହାଛଡା ରଘୁନାଥପୁର ପୋଲିସ ଅଧକ୍ଷ ଶ୍ରୀ ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗତ ୧୧ ତାରିଖ ଦିନ ଏକ ପୁରୁଣା ରିଜୋଲୁସନକୁ ରେନୁଆଲ କରିବା ନେଇ ଅଧ୍ୟକ୍ଷ ଶ୍ରୀ ରାଉତରାୟ ସହକର୍ମୀ ଅଧ୍ୟାପିକା ଓ ଅଧ୍ୟାପକଙ୍କ ଉପରେ ଚାପ ପକାଇଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହି ସମୟରେ ଅଧ୍ୟକ୍ଷ ଶ୍ରୀ ରାଉତରାୟ ସହକର୍ମୀଙ୍କୁ ଗଧ,ମୂର୍ଖ,ପଶୁଜନ୍ତୁ ତମକୁ ଏବିସିଡି ଆସେନାହିଁ ବୋଲି ବିଭିନ୍ନ ଆରୋପ କହିଥିଲେ। ଯାହାକି ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହୋଇଥିଲା। କଲେଜ ଅଧ୍ୟକ୍ଷଙ୍କ ଏପରି ଅଭଦ୍ରୋଚିତ ବ୍ୟବହାରରେ ଅତିଷ୍ଟ ହୋଇ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀମାନେ ରଘୁନାଥପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଉପଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣାର ତଦନ୍ତ କରି ଉପ-ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅଧ୍ୟକ୍ଷଙ୍କୁ ଶୁକ୍ରବାର ନିଲମ୍ବନ କରିଛନ୍ତି। ଏହାଛଡା ରଘୁନାଥପୁର ପୋଲିସ କେସ ନଂ ୧୨୯/୨୬ ର ତଦନ୍ତ କରି ସଂପୃକ୍ତ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
