ବାଳିକା ହାଇସ୍କୁଲ ଏସଏମସି ଗଠନ
ବନ୍ତ /ଆଗରପଡ଼ା,(ନିପ୍ର) ଭଦ୍ରକ ଜିଲ୍ଲାର ଅନ୍ୟତମ ପ୍ରମୁଖ ତଥା ପୁରାତନ ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲ ଏସଏମସି ବା ପରିଚାଳନା କମିଟି ଆସନ୍ତା ୨ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ଗଠନ ହୋଇଛି । କୁଳମଣୀ ସାହୁ -ସଭାପତି, ଶାନ୍ତିଲତା ସେଠୀ-ଉପ ସଭାପତି ଭାବେ ମନୋନୀତ ହୋଇଛନ୍ତି । ପୂର୍ବରୁ ମନମୋହନ ରାଉତ, ଅଶୋକ ସିଂହ, ବର୍ଷାରାଣୀ ମଲ୍ଲିକ, ସସ୍ମିତା ନାଥ ପ୍ରମୁଖ ୧୫ ଜଣ ସଭ୍ୟସଭ୍ୟା ମନୋନୀତ ହୋଇଛନ୍ତି । ହାଇସ୍କୁଲ ପ୍ରଧାନଶିକ୍ଷକ ତଥା ବନ୍ତ ବ୍ଲକ ଶିକ୍ଷାଧିକାରୀ ଦାୟିତ୍ୱରେ ଥିବା ଚିତ୍ତରଂଜନ ମହାନ୍ତି,ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ବନଜିନୀ ନାୟକ,ଭାଗ୍ୟଶ୍ରୀ ପଣ୍ଡା, ପ୍ରମୋଦିନୀ ସାହୁ, ବିଦ୍ୟୁତଲତା ଦାସ, ସାଗରିକା ମହାନ୍ତି, ରଂଜିତା ଶିଅଳ, ସାବିତ୍ରୀ ଦାଶ , ସୁମିତ୍ରା ନାଇକ ପ୍ରମୁଖ ନୂତନ ଏସଏମସି କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
