ଅଢ଼େଇଶହ ବର୍ଷ ପୁରୁଣା ରଥଯାତ୍ରା ର ପରମ୍ପରାକୁ ଭାଙ୍ଗିଲା ପ୍ରଶାସନ, କୁଲାଡ଼ ଠାରେ JCB ଗାଡ଼ିରେ ଟଣା ଗଲା ଶ୍ରୀ ଜଗନ୍ନାଥ ଙ୍କ ରଥ।
ଭଞ୍ଜନଗର-୧୭/୦୭ (ପ୍ରଫୁଲ୍ଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ କୁଲାଡ଼ ଗ୍ରାମରେ କେଉଁ ଆଦିମ କାଳରୁ ଭଞ୍ଜବଂଶିୟ ଦ୍ୱାରା ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର, ଦ୍ଵିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ଏହି ମନ୍ଦିର ପୁରୀ ଶ୍ରୀମନ୍ଦିର ସହ ସମାନ ବୋଲି କୁହାଯାଏ । ଯେଉଁ ସମୟରେ ପୁରୀରେ ଶ୍ରୀ ମନ୍ଦିରରୁ ପଥର ଖସିଥିଲା ସେହିସମୟରେ କୁଲାଡ଼ ଜଗନ୍ନାଥ ମନ୍ଦିରରୁ ମଧ୍ୟ ପଥର ଖସିଥିଲା । ତେଣୁ କୁଲାଡ଼ ରଥଯାତ୍ରା କୁ ବହୁ ଆଖ ପାଖ ଅଞ୍ଚଳରରୁ ଏଠି ପ୍ରାୟ 70ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲେ । ଆଜି ସାଧାରରେ ଆଲୋଚନା ହଉଛି ଯେ ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା,ଯେଉଁ ଯାତ୍ରା ଭକ୍ତି ଏବଂ ପରମ୍ପରାର ପ୍ରତୀକ, ସେଇ ଯାତ୍ରାକୁ ନେଇ ଏବର୍ଷ ଉଠିଛି ଅନେକ ପ୍ରଶ୍ନ।
ରଥଯାତ୍ରା ଆମ ଆସ୍ଥାର ପ୍ରତୀକ। କିନ୍ତୁ ପରମ୍ପରା, ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ଉଠୁଥିବା ଏଇ ପ୍ରଶ୍ନ ଗୁଡିକର ଉତ୍ତର କିଏ ଦେବ? ଭକ୍ତ ମାନଙ୍କ ଭକ୍ତି ଏବଂ ବିଶ୍ୱାସ କୁ କୁଠାର ଘାତ ହୋଇଛି । ବଡଦାଣ୍ଡରେ ରଥ ଗଡ଼ିଲା ବେଳେ କୌଣସି ଶାରୀରିକ ଶକ୍ତି ର ଆବଶ୍ୟକ ନଥାଏ, ସେଠି ରହିଥାଏ ଭକ୍ତ ଆଉ ଭଗବାନ ଙ୍କ ସମ୍ପର୍କ ଯେଉଁଠି JCB ମେସିନ ବ୍ୟବହାର କରି ଭକ୍ତ ମାନଙ୍କ ହୃଦୟକୁ କଷ୍ଟ ଦେଇଛି। ରଥ ଟାଣହେବା ସମୟରେ ବେଳେ ବେଳେ ଭକ୍ତମାନଙ୍କୁ ପରୀକ୍ଷା କରିବା ପାଇଁ କିମ୍ବା ଭକ୍ତ ଭଗବାନଙ୍କ କ୍ରୀଡା ହେଉଥିଲା ଯେ ରଥ ଅବାଟକୁ ଅନେକ ଥର ଯାଇଛି, ଏହା କୌଣସି ନୂଆକଥା ନୁହେଁ। ରଥ ଯେତେବେଳେ ଅବାଟକୁ ଚାଲିଯାଏ ସେତେବେଳେ ଭକ୍ତ ର ଭକ୍ତି ବଳରେ ହିଁ ରଥକୁ ସଜାଡି ଆଗକୁ ଟଣାଯାଇଥାଏ। ଏହି ରଥକୁ ଏକ ଗାଡି ଭାଵି ପ୍ରଶାସନ ଏବଂ ବିଧାୟକ ଉପସ୍ଥିତିରେ JCB ମିସିନ ର ସହାୟତା ନେଇ ରଥକୁ ଆଗକୁ ଟଣାଯାଇଥିଲା ।
ଭଞ୍ଜନଗର ପ୍ରଶାସନ ଏବଂ ଏଣ୍ଡୋମେଣ୍ଟ କମିଟି ର ଅବ୍ୟବସ୍ଥା ଯୋଗୁ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଶହ ଶହ ବର୍ଷର ପରମ୍ପରାକୁ ଭାଙ୍ଗି ଦିଆଗଲା। ରଥଯାତ୍ରା କରିବାପାଇଁ ଭଞ୍ଜନଗର ପ୍ରଶାସନ ସମ୍ପୁର୍ଣ୍ଣ ଦାଇତ୍ୱ ନେଇ ଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଲା କାହିଁକି । ରଥ ଯାଇ ପହଁଚିଲା ନାଳ ପାଖରେ ତାପରେ ଆଉ ପ୍ରଶାସନ ର ମୁଣ୍ଡ କାମ କଲାନି ଶେଷରେ ନିରୁପାୟ ହୋଇ ନିଜର ପଦ ପଦବୀ ର ଶକ୍ତି ଦେଖାଇ *JCB ମେସିନ୍ ଲଗାଇ ଟଣାଗଲା*। JCB ଦ୍ୱାରା ରଥ ପଛକୁ ଘୁଂଚିଲା 40ଫୁଟ ଏହା ବିଶ୍ୱରେ ଏକ ବିରଳ ଦୃଶ୍ୟ । ଯାହାକି ।ସନାତନ ସସ୍କୃତି ପ୍ରତି ଧାରଣା ନଥିବା ପ୍ରଶାସନ ର ଯୋଗୁଁ ଏପରି ଘଟିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଠି ଉପସ୍ଥିତ ଥିଲେ ଏଣ୍ଡୋମେଣ୍ଟ କମିଟି ତଥା ଉପଜିଲ୍ଲାପାଳ, ତହସିଲଦାର, ଆଡ଼ିସିନାଲ ତହସିଲଦାର, ଓ ବିଧାୟକ। ଏଠି ପ୍ରଶ୍ନ ଉଠୁଛି – ଏହା କଣ ଭଗବାନଙ୍କ ପ୍ରତି ଅବମାନନା ନା ପ୍ରଶାସନର ମନମୁଖୀ ଶକ୍ତି ପ୍ରୟୋଗ ? ସବୁଠୁ ବଡ କଥା – ଏଇ ସବୁ ଘଟଣାର *ଭିଡିଓ କରିବାକୁ ପୋଲିସ ପ୍ରଶାସନ ଭାଇରଲ ଭୟରେ ସମ୍ପୂର୍ଣ୍ଣ ଭାବେ ମନା କଲା*। ସାଧାରଣ ଭକ୍ତ ଠାରୁ ଆରମ୍ଭ କରି ସ୍ଥାନୀୟ ସାମ୍ବାଦିକ ପର୍ଯ୍ୟନ୍ତ କାହାକୁ ବି ସୁଟିଂ କରିବାକୁ ଦିଆଗଲା ନାହିଁ। ଯଦି ସବୁ ଠିକ୍ ଥିଲା, ତେବେ ସତକୁ ଲୁଚାଇବାର ଆବଶ୍ୟକତା କ’ଣ ଥିଲା ? ଭଂଜନଗର ସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ନିମଂତ୍ରଣ ଦେଇ ଏହି ରଥ ଯାତ୍ରା ପର୍ବ କୁ ଡକାଯାଇଥିଲା କିନ୍ତୁ ସେଠାରେ ମାତ୍ର କିଛି ସାମ୍ବାଦିକ ଙ୍କୁ ରଥକୁ ଡାକି ବିଧାୟକ ଙ୍କ ଦ୍ୱାରା ସମ୍ମାନିତ କରାଗଲା କିନ୍ତୁ ଉପସ୍ଥିତ ଅନ୍ୟ ସାମ୍ବାଦିକ ମାନଙ୍କୁ ଅଣଦେଖା କରି ଅସମ୍ମାନିତ କରାଗଲା….
ସମସ୍ତ ସତ୍ୟ ଖବର ପ୍ରକାଶ କରୁଥିବା ସାମ୍ବାଦିକଙ୍କୁ ଏଠି ଆକୃଷ ଭାବ ରଖି ପରୋକ୍ଷରେ ଆସମ୍ନାନ କରିଥିବାବେଳେ , ସମ୍ନାନିତ ହୋଇଥିବା କିଛି ଉପସ୍ଥିତ ସାମ୍ବାଦିକ ଏଠି ନିରବ ଦ୍ରଷ୍ଟା ପାଲଟିଥିଲେ । ଯେଉଁ ଗଣମାଧ୍ୟମ ସବୁବେଳେ ଜଗନ୍ନାଥଙ୍କ ଖବର ଘରେ ଘରେ ପହଞ୍ଚାଏ, ତାଙ୍କୁ ହିଁ ଅଣଦେଖା କରାଗଲା। ଏହା କଣ ଗଣମାଧ୍ୟମ ସ୍ୱାଧୀନତା ଉପରେ କୁଠାର ଘାତ ନୁହେଁ?
ରଥଯାତ୍ରା ଆମ ଗର୍ବ। ଏହିବର୍ଷ ର ଯାତ୍ରା ଏକ ଅବିସ୍ମରଣୀୟ ଏବଂ ସ୍ମୃତି ହୋଇ ରହିବ….।
