*ଖଡ଼ିଆଳ ମଣ୍ଡିରୁ ରବି ଧାନ ସଂଗ୍ରହ କାର୍ଯ୍ୟ ଶେଷ, ଜିଲ୍ଲାପାଳ ଭିଡିଓ କଲ୍ ରେ ମଣ୍ଡି ର ସ୍ଥିତି ଅନୁଧ୍ୟାନ, ମଣ୍ଡିରୁ ଧାନ ସମ୍ପୂର୍ଣ୍ଣ ଉଠାଣ, ଜିଲ୍ଲାପାଳ ଙ୍କ ଟ୍ରିପଲ ଗ୍ୟାରେଣ୍ଟି କାର୍ଯ୍ୟକ୍ଷମ* ନୂଆପଡା(ମିଖାଏଲ ନନ୍ଦ) ତା:୧୫.୦୭.
ନୂଆପଡ଼ା ଜିଲ୍ଲା ରେ ରବି ଧାନ ସଂଗ୍ରହ ନେଇ ଅନେକ ସମସ୍ୟା ଦେଖା ଯାଇଥିବା ବେଳେ ଚାଷୀଙ୍କ ଆନ୍ଦୋଲନ ମଧ୍ୟ କରିଥିଲେ। ଜିଲ୍ଲାପାଳ ମଧୁସୂଦନ ଦାଶ କୃଷକ ଙ୍କୁ ମଣ୍ଡିରୁ ଧାନ ଉଠାଣ ନେଇ ଟ୍ରିପଲ ଗ୍ୟାରେଣ୍ଟି ଦେଇ ଧାନ ଉଠିବା ସୁନିଶ୍ଚିତ କରିଥିଲେ। ଖଡ଼ିଆଳ ମଣ୍ଡିରୁ ରବି ଧାନ ସଂଗ୍ରହ କାର୍ଯ୍ୟ ଶେଷ ହୋଇଅଛି। ଜିଲ୍ଲାପାଳ ଭିଡିଓ କଲ୍ ରେ ମଣ୍ଡି ର ସ୍ଥିତି ଅନୁଧ୍ୟାନ କରି ସମ୍ପାଦକ ପ୍ୟାକ୍ସ ଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସାଧୁବାଦ ଦେଇଥିଲେ। ମଣ୍ଡିରୁ ଧାନ ସମ୍ପୂର୍ଣ୍ଣ ଉଠାନ ପାଇ କାର୍ଯ୍ୟ ଚାଲୁ ରହିଅଛି। ଜିଲ୍ଲା କୁ ୭ ଲକ୍ଷ ଉର୍ଦ୍ଧ କ୍ୱିଣ୍ଟାଲ ଧାର୍ଯ୍ୟ ଥିବା ବେଳେ ୯ ଲକ୍ଷ ୬୪ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଅଛି। ୨ ଲକ୍ଷ ୩୪ କ୍ୱିଣ୍ଟାଲ ଧାନ ସଂଗ୍ରହ ଜିଲ୍ଲାପାଳ ଙ୍କ ଟ୍ରିପଲ ଗ୍ୟାରେଣ୍ଟି କାର୍ଯ୍ୟକ୍ଷମ ହୋଇଅଛି।ଜିଲ୍ଲାପାଳ ଙ୍କ ଭିଡିଓ କଲ ମାଧ୍ୟମ ରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।
