ଭଞ୍ଜନଗର ଲୋହରାଖଣ୍ଡି ସାହିତ୍ୟ ସଂସଦ, ଆନୁକୂଲ୍ୟରେ ୧୦୦ରୁ ଅଧିକ ବୃକ୍ଷରୋପଣ ।
ଭଞ୍ଜନଗର : ୧୫/୦୭ (ପ୍ରଫୁଲ୍ଲ କୁମାର ମହାରଣା)ପରିବେଶକୁ ସନ୍ତୁଳିତ କରିବା ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ଥିବାରୁ ୭୭ତମ ବନ ମହୋତ୍ସବ ଅବସରରେ ବିିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ସହିତ ୧୦୦ରୁ ଉର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିଲା। ମଳାସପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖମାରେଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜିଲୁଣ୍ଡି ମା’ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟ, ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, କାହ୍ନୁରାଉତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଚିଦାନନ୍ଦ କୃଷ୍ଣରୋଗୀ ରିଲିଫ କେନ୍ଦ୍ରସହ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ବୃକ୍ଷରୋପଣ କରାଯାଇଥିଲା। ପ୍ରତ୍ୟେକ ବିଦ୍ୟାଳୟରେ ‘ବୃକ୍ଷ ହିଁ ଜୀବନ’ ଉପରେ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ ୧୨୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଛି। ସମସ୍ତ କାର୍ଯ୍ୟକ୍ରମରେ ଉତ୍ତର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ, ମୁଜାଗଡ଼ ବନାଞ୍ଚଳ ଏବଂ ଜଗନ୍ନାଥପ୍ରସାଦ ବନାଞ୍ଚଳର ବନରକ୍ଷୀ ଓ ବନ କର୍ମୀମାନେ ସହଯୋଗ କରିଥିଲେ। ବୃକ୍ଷ ଗୁଡ଼ିକର ଯତ୍ନ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦାୟୀତ୍ୱ ଦିଆଯିବା ସହିତ ଆଗାମୀ ବର୍ଷ ବୃକ୍ଷ ଗୁଡ଼ିକ ବଞ୍ଚିଥିଲେ ଉକ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯିବା ପାଇଁ ସଂସଦ ତରଫରୁ କୁହାଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ କୁମାର ମହାରଣା, ନବ ବିଶୋଇ, ଦ୍ବିତିକୃଷ୍ଣ ଲେଙ୍କା,ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟା/ସଦସ୍ୟା ମାନେ ସହଯୋଗ କରିଥିଲେ। ଏହି ଅବସରରେ ସମସ୍ତ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଅତିଥିମାନଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି।
