International achievers award 2026
(ରମେଶ ଅଗ୍ରୱାଲ.:ନିପ୍ର)
India international Glory award 2026 ସମ୍ମାନ ରେ ସମ୍ମାନିତ ହୋଇଥିବା କବି , ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କାର୍ତ୍ତିକେଶ୍ୱର ନନ୍ଦ ଙ୍କୁ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଭବ୍ୟ ସମ୍ବର୍ନ୍ଧନା ଦିଆଯାଇଥିଲା । ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ happy moments India ଦ୍ଵାରା ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ special guest ଭାବେ ଶ୍ରୀ ନନ୍ଦ ଯୋଗ ଦେଇ ଜୀବନର ପ୍ରକୃତ ଆନନ୍ଦ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଜିବନ ହେଉଛି ଭଗବାନଙ୍କ ଅମୂଲ୍ୟ ଉପହାର । ଏହା ଏକ ନଦୀ ପରି କେବେ ଶାନ୍ତ କେବେ ଉତ୍ତାଳ କିନ୍ତୁ ସବୁବେଳେ ଆଗକୁ ବହି ଚାଲିଥାଏ । ଅନେକ ଭାବନ୍ତି ” ପ୍ରଥମେ ସଫଳ ହେବି, ତାପରେ ସୁଖୀ ହେବି କିନ୍ତୁ ପ୍ରକୃତ କଥା ହେଉଛି – ” ସୁଖୀ ମଣିଷ ହିଁ ପ୍ରକୃତ ସଫଳ ମଣିଷ” , ସୁଖ ଧନରେ ନୁହେଁ ସନ୍ତୋଷରେ ରହିଛି । ସୁଖ ବାହାରେ ନୁହେଁ ନିଜ ମନ ଭିତରେ ରହିଛି । ଜୀବନକୁ ହସି ହସି ବଞ୍ଚିବା ଶିଖନ୍ତୁ , କାରଣ ପ୍ରତ୍ୟେକ ଦିନ ହେଉଛି ଇଶ୍ୱରଙ୍କ ଏକ ଅମୂଲ୍ୟ ଉପହାର ” । ରଜ୍ୟ ତଥା ଅନ୍ୟାନ୍ୟ ରାଜ୍ୟରୁ ଖ୍ୟାତିନାମା ଅଭିନେତା, ଅଭିନେତ୍ରୀ, ସମାଜସେବୀ, ନୃତ୍ୟଶିଳ୍ପୀ, ଚଳଚିତ୍ର ପ୍ରଯୋଜକ, କବି ଓ ଲେଖକ ବୃନ୍ଦ ଙ୍କ ଉପସ୍ଥିତି ଏକ ଆନନ୍ଦ ଓ ମନୋଜ୍ଞ ପରିବେଶ ସୃଷ୍ଟି ହୋଇଥିଲା । ଭିନ୍ନ ଭିନ୍ନ କ୍ଷେତ୍ରର ପ୍ରତିଭା ତଥା ପ୍ରତିଷ୍ଠିତ ଗୁଣି ଜ୍ଞାନୀ ଭାରତବର୍ଷ ର ପ୍ରତିଭାବାନ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲା Youth Association Service Kalahandi ର ସଭାପତି କାର୍ତ୍ତିକେଶ୍ୱର ନନ୍ଦ ଙ୍କୁ India International Achievers Award 2026 ରେ ସମ୍ମାନିତ କରାଯାଇଥିବାରୁ ଜିଲ୍ଲାର କୋଣ ଅନୁକୋଣରୁ ଅନେକ ପ୍ରଶଂସା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି ।
