ଜଗତସିଂହପୁର ବିକାଶ ପରିଷଦର ବାର୍ଷିକ ସାଧାରଣ ସଭା ଅନୁ୍ଷ୍ଠିତ।
ଜଗତସିଂହପୁର(ନି.ପ୍ର): ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ବାର୍ଷିକ ସାଧାରଣ ସଭା ସଭାପତି ଅଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଆଗାମୀ ଦୁଇବର୍ଷ ପାଇଁ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛନ୍ତି। ଏହି କର୍ମକର୍ତ୍ତା ନିର୍ବାଚନ ରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଭକ୍ତ ମହାନ୍ତି, ସଭାପତି ଭାବେ, | କାର୍ଯ୍ୟକାରୀ ସଭାପତି ପ୍ରଣବ ଦେ, ଉପ ସଭାପତି ଭାବେ, ସୁଜିତ ପୁହାଣ ଓ ଡଲି ପଣ୍ଡା, ସମ୍ପାଦକ ଭାବେ, ପ୍ରଫେସର ଜ୍ୟୋତିରଞ୍ଜନ ଦାସ, ସହ ସମ୍ପାଦକ ଭାବେ ଅଶୋକ ଜେନା, ଗଙ୍ଗାଧର ବେହେରା, କମଳା ପ୍ରସାଦ ମହାପାତ୍ର, ପବିତ୍ର ପଟ୍ଟନାୟକ, ଜ୍ଞାନ ମହାନ୍ତି କୋଷାଧକ୍ଷ ଭାବେ, ଲକ୍ଷ୍ମୀଧର ଦଳାଇ, ହିସାବ ସମୀକ୍ଷକ, ପ୍ରେମାନନ୍ଦ ମହାନ୍ତି, ମୁଖ୍ୟ ସଂଯୋଜକ ଭାବେ, ସୂର୍ଯ୍ୟରଞନ ମହାନ୍ତି , ସଂଗଠନ ସମ୍ପାଦକ, ଅନିରୁଦ୍ଧ ଚକ୍ର ସର୍ବ ସଂମତି ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡା. ଲକ୍ଷ୍ମୀକାନ୍ତ ନନ୍ଦ,ଶିକ୍ଷାବିତ କମଳାକାନ୍ତ, ଆଇନଜିବୀ ନିରଞନ ବିଶ୍ୱାଳ, ଅବସର ପ୍ରାପ୍ତ ପ୍ରଶାସକ ସଂଗ୍ରାମ କେଶରୀ ସ୍ବାଇଁ, ବିଦାୟୀ ସମ୍ପାଦକ ଡଃ ସୌଭାଗ୍ୟ ରାଉତରାୟ, ସର୍ବଶ୍ରୀ ଭବାନୀ ଚୌଧୁରୀ, ପବିତ୍ର ମହାନ୍ତି, ଗ୍ୟାନବ୍ରତ ଦାସ , କେଶବ ମୁଦୁଲି, ଅଜୟ ଖୁଣ୍ଟିଆ, କ୍ଷୀରୋଦ ପରିଡା, ଦେବେନ୍ଦ୍ର ମଲ୍ଲିକ, ରାଜ କିଶୋର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇ ପରିଷଦର କାର୍ଯ୍ୟଧାରାକୁ ଆଗେଇ ନେବା ପାଇଁ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଶିକ୍ଷା,ସ୍ବାସ୍ଥ୍ୟ,କୃଷି,ଶିଳ୍ପ ଓ ପରିବେଶ ସଂରକ୍ଷଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। ଶେଷରେ ଆଇନଜିବୀ ନିବେଦିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
