ସାରସକଣା ଠାରେ ବିଜୁ ଜନତା ଦଳ ପକ୍ଷରୁ ଏସ.ଆଇ.ଆର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
___________________
ସାରସକଣା,(୧୪/୭/୨୬):(ନି.ପ୍ର): ଆଜି ସାରସକଣା ନିର୍ବାଚନ ମଣ୍ଡଳୀର ସାରସକଣା ବ୍ଲକ ର ୫୫ ନମ୍ବର ଜୋନ ରେ ବିଜୁ ଜନତା ଦଳ ତରଫରୁ ଏସ.ଆଇ.ଆର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ବ୍ଲକ ସଭାପତି ମଣିଶଙ୍କର ବାରିକ ଙ୍କ ଆହ୍ବାନ କ୍ରମେ ପ୍ରତ୍ୟେକ ବୁଥର ଦଳୀୟ ବି.ଏଲ.ଏ ସବୁ ଆସିଥିଲେ ଏବଂ ସେମାନଙ୍କୁ ଭୋଟର ତାଲିକା ରୁ ନାମ କଟିଥିଲେ କେମିତି ପୁନଃ ଯୋଡ଼ି ହେବ ସେ ବିଷୟରେ ଅବଗତ କରାଇଥିଲେ। ଏହି କର୍ମ ଶାଳା ରେ ଜିଲ୍ଲା ସଭାପତି ଡ ଦେବାଶିଷ ମାର୍ଣ୍ଡି,ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର କର,ରାଜ୍ୟ ସମ୍ପାଦକ ଦୀପକ ମଢୁଆଳ,ଜିଲ୍ଲା ଛାତ୍ର ସଭାପତି ଚନ୍ଦ୍ର ଶେଖର ସାହୁ,ପ୍ରମୁଖ ଉପସ୍ଥିତ ଥିଲେ।ତେବେ ଏସ.ଆଇ.ଆର କୁ ନେଇ ସମସ୍ତେ ସଚେତନ ହେବା ଦରକାର ବୋଲି ଡ ମାର୍ଣ୍ଡି କହିଥିଲେ ଏବଂ ଦଳୀୟ ବି.ଏଲ.ଏ ମାନଙ୍କୁ ଲୋକ ଯେମିତି ହୋଇରାଣ ହରକତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସାରସକଣାରୁ ଅନିଲ କୁମାର ସାହୁଙ୍କ ରିପୋର୍ଟ ଉଞ୍ଜଦୁତ ଖବର।
