କାହ୍ନୁ ରାଉତ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ।
ଭଞ୍ଜନଗର-୧୪/୦୭(ପ୍ରଫୁଲ୍ଲ କୁମାର ମହାରଣା) ପରିବେଶକୁ ସନ୍ତୁଳିତ କରିବା ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ଥିବାରୁ ସ୍ଥାନୀୟ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟ ପରିସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ପକ୍ଷରୁ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବଦତ୍ତ କହଁରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରୋଟାରୀ କ୍ଲବ ୨୦୨୫-୨୬ ସଭାପତି ରୋଟାରିଆନ ରଞ୍ଜିତ କୁମାର ବାରିକ, ମୁଖ୍ୟବକ୍ତା ଭାବେ ସମାଜସେବୀ ଶୂଳପାଣି ଶତପଥୀ, ସମ୍ମାନୀତ ଅତିଥି ଭାବେ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ପରିବେଶ ପ୍ରେମୀ ତଥା ସିଆରସିସି ଦ୍ୱିତୀକୃଷ୍ଣ ଲେଙ୍କା ଉପସ୍ଥିତ ରହି ବୃକ୍ଷରୋପଣର ଆବଶ୍ୟକତା ଏବଂ ମା’ ପାଇଁ ଗଛଟିଏ ଲଗାଇ ତାର ଯତ୍ନ ନେବା ସମ୍ପର୍କରେ ମତାମତ ରଖିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ କଳ୍ପନା କୁମାରୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂସଦ ତରଫରୁ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ପ୍ରଦାନ ପେନ୍ ଦେଇ ପୁରସ୍କୃତ କରିଥିଲେ। ଶିକ୍ଷକ ବୁଦ୍ଧ ନାଇକ, ସଞ୍ଜୟ କୁମାର କୋଠିଆ, ଶିକ୍ଷୟିତ୍ରୀ ଦୀପ୍ତିମୟୀ ସେଠୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ଶିକ୍ଷକ ଶୁଭେନ୍ଦୁ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ‘ରହିଲେ ବନ, ବଞ୍ଚିବେ ଜନ’ ନାରା ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କରାଯାଇଥିଲା।
