*ବୋଡ଼େନରେ ଏକଲ ଅଭିଯାନର ପଞ୍ଚ ଦିବସୀୟ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସ ବର୍ଗ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା -୧୩/୦୭
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ପାତଳଗଙ୍ଗା ରାଧାକୃଷ୍ଣ ମଣ୍ଡପଠାରେ ଏକଲ ଅଭିଯାନର ପଞ୍ଚ ଦିବସୀୟ ବାର୍ଷିକ ଆଚାର୍ଯ୍ୟ ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଅଞ୍ଚଳର ବହୁ ସଂଖ୍ୟାରେ ଏକଲ ଆଚାର୍ଯ୍ୟ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ, ସଂସ୍କାର ଶିକ୍ଷା ଏବଂ ଗ୍ରାମୀଣ ସ୍ତରରେ ଶିକ୍ଷାର ପ୍ରସାର କ୍ଷେତ୍ରରେ ଏକଲ ଅଭିଯାନର ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।ପଞ୍ଚ ଦିବସୀୟ ଏହି ଅଭ୍ୟାସ ବର୍ଗରେ ଆଚାର୍ଯ୍ୟମାନଙ୍କୁ ଶିକ୍ଷାଦାନର ସରଳ ପଦ୍ଧତି, ସଂସ୍କାର, ସ୍ୱାସ୍ଥ୍ୟ ଏବଂ ଗ୍ରାମ ବିକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଏକଲ ଅଭିଯାନର ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
