ବରିଷ୍ଠ ନାଗରିକ ସଂଘର ସାଧାରଣ ସଭା
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା,୧୨/୦୭: କଳାହାଣ୍ଡି ବରିଷ୍ଠ ନାଗରିକ ସଂଘର ଅର୍ଦ୍ଧ ବାର୍ଷିକୀ ସାଧାରଣ ସଭା ସଂଘର ସଭାପତି ବିଜୟ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବ୍ରଜ ବିହାର ଠାରେ ଅନୁଷ୍ଠିତ ହୋଇଛି। ସଂଘର ସମ୍ପାଦକ ଗିରିଜା ଶଙ୍କର ବାବୁ ସମ୍ପାଦକୀୟ ବିବରଣୀ ଓ କୋଷାଧକ୍ଷ ନିରଞ୍ଜନ ପଣ୍ଡା ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ତୁର୍କୀ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଏବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ ରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ବିଜେତା ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୁମନ ରଥଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ଇକୋଜ୍ ଥ୍ରୁ ଟାଇମ୍ ‘ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ଡ଼ ଅଜୟ ମିଶ୍ର, ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ମଳୟ କୁମାର ମୁଣ୍ଡ, ଶରତ ନାୟକ, ଭାରତ ଭୂଷଣ ଠାକୁର, ସ୍ୱର୍ଣ୍ଣଲତା ମହାନ୍ତି ପ୍ରମୁଖ ସଦସ୍ୟ ଆଲୋଚନାରେ ଭାଗ ନେଇଥିଲେ। ଯୁଗ୍ମ ସମ୍ପାଦିକା ସବିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
